ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି, ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ

ଭୁବନେଶ୍ବର(କେନ୍ଯୁଜ୍): ବିଜେଡିର ବୃହତ ବିଜୟ । ପଞ୍ଚାୟତ ନିର୍ବାଚନରେ ରେକର୍ଡ ଜିଲ୍ଲା ପରିଷଦ ସିଟ୍‌ ହାତେଇଛି ବିଜେଡି । ଟକ୍କର ଦେବାକୁ ବି ସକ୍ଷମ ହେଲେନି ବିରୋଧୀ । ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ପ୍ରାର୍ଥୀ ୭୪୩ ଆସନରେ ବିଜୟ ଓ ଆଗୁଆ ରହିଛନ୍ତି ।

ବିଜେଡି ଖାତାକୁ ଯାଇଛି ପାଖାପାଖି ୯୦ ପ୍ରତିଶତ ଆସନ । ବିଜେପି ୪୨ ଓ କଂଗ୍ରେସ ୩୭ ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ୭ଟିରେ ଆଗରେ ଅଛନ୍ତି । ୨୦୦୨ରେ ୧୨ ଜିଲ୍ଲାରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିଥିଲା । ୨୦୧୭ରେ ୨୦ ଜିଲ୍ଲାରେ ଗଠନ କରିଥିଲା ଜିଲ୍ଲା ପରିଷଦ । ଏଥର ୩୦ରୁ ୩୦ ଜିଲ୍ଲା । ୨୦୧୭ରେ ୨୯୭ ଜିଲ୍ଲା ପରିଷଦ ଆସନ ହାତେଇଥିବା ବିଜେପି ଏଥର ହାପ୍‌ ସେଞ୍ଚୁରୀ ଭିତରେ ଅଟକିଗଲା ।

Leave A Reply

Your email address will not be published.