୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ: ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ

କେନ୍ୟୁଜ୍(ବ୍ୟୁରୋ): ଚାରିଆଡ଼େ ଶଙ୍ଖ ଧ୍ୱନୀ । ପଞ୍ଚାୟତ ନିର୍ବାଚନରେ ଚିତ୍‌ ମାରିଲେ ବିରୋଧୀ । ୨୦୧୭ ତୁଳନାରେ ବିଜେଡିର ରେକର୍ଡ ବିଜୟ । ବର୍ତ୍ତମାନ ସୁଦ୍ଧା ଗଣତିରେ ୫୪୯ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ଓ ଆଗୁଆ ରହିଛନ୍ତି । ବିଜେପି ଓ କଂଗ୍ରେସ ୩୨ଟି ଲେଖାଏ ଜିଲ୍ଲା ପରିଷଦ ଜୋନରେ ଲିଡ୍‌ କରୁଛନ୍ତି । ୨୦୧୭ରେ ବିଜେଡି ଖାତାରେ ପଡ଼ିଥିଲା ୪୭୬ ଆସନ । ୨୦୧୨ରେ ସର୍ବାଧିକ ୬୫୧ ଜିଲ୍ଲା ପରିଷଦ ଜୋନରେ ଜିତିଥିଲା ଦଳ ।

ଗତକାଲି ପ୍ରଥମ ଦିନ ଗଣତିରେ ବିଜେଡି ପ୍ରାର୍ଥୀ ୮୯ ପ୍ରତିଶତ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି । ଆଜି ଦ୍ୱିତୀୟ ଦିନ ଟ୍ରେଣ୍ଡ ଅନୁସାରେ ସବୁ ଜିଲ୍ଲାରେ ଅଧିକାଂଶ ଆସନରେ ଲିଡ୍‌ କରୁଛି ବିଜେଡି । ୨୦୨୨ରେ ଭୁଶୁଡିଲା ବିଜେପି ଦୁର୍ଗ । କଂଗ୍ରେସ ଆହୁରି ଦୁର୍ବଳ ହେଲା । ୧୫ ଜିଲ୍ଲାରେ ବିଜେପି ଖାତା ଶୂନ ଥିବା ବେଳେ ୨୦ ଜିଲ୍ଲାରେ କଂଗ୍ରେସର ହାତ ପୂରା ଖାଲି । ବିରୋଧୀଙ୍କ ଗଡ଼କୁ ଧ୍ୱସ୍ତବିଧ୍ୱସ୍ତ କରିଛି ବିଜେଡି । ଦଳର ବିଜୟ ରଥ ବଢୁଛି ଆଗକୁ ଆଗକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.