ବିଜେଡିର ବଡ ଘୋଷଣା, ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି

ଭୁବନେଶ୍ୱର (କେନ୍ୟୁଜ) : ବିଜେଡିର ବଡ ଘୋଷଣା । OBC ସଂରକ୍ଷଣ ପ୍ରସଙ୍ଗରେ ବଡ ଘୋଷଣା କରିଛି ବିଜେଡି । ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷିମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବୋଲି ବିଜେଡି ପକ୍ଷରୁ ଘୋଷଣା କରାଯାଇଛି । ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ୨୭% ସଂରକ୍ଷଣ ଦେବ ବିଜୁ ଜନତା ଦଳ । ତେବେ ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା କରିବାକୁ ବିଜେଡି ଆହ୍ବାନ ଦେଇଛି । ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଦାବି କରିଛି । ପଞ୍ଚାୟତ ସହ ସବୁ ନିର୍ବାଚନରେ OBC ମାନଙ୍କୁ ବିଜେଡି ସଂରକ୍ଷଣ ଦେବ । ନିର୍ବାଚନରେ ସର୍ବନିମ୍ନ ୨୭ ପ୍ରତିଶତ OBC ପ୍ରାର୍ଥୀଙ୍କୁ ଟିକେଟ ଦେବ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.