ଆସନ୍ତା ମାର୍ଚ୍ଚ ୫ ରୁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାଁଠୁ ସହର ସବୁଠି ଲାଗିବ ଶଙ୍ଖର ଷ୍ଟିକର

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆରମ୍ଭ ହେବ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ । ଆଗକୁ ନିର୍ବାଚନ ଥିବାରୁ ଘରେ, ସରକାରଙ୍କ ବିଭିନ୍ନ ସଫଳତାର ବାର୍ତ୍ତା ପହଞ୍ଚାଇବାକୁ ଦଳ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଗାଁଠୁ ସହର ଘରେ ଘରେ ଲାଗିବ ଶଙ୍ଖର ଷ୍ଟିକର। ଏହାସହ ପ୍ରତି ବୁଥ୍ରେ ୱାର୍ଡ କମିଟି ସଦସ୍ୟଙ୍କ ବୈଠକ କରାଯାଇ ୩୦ ଜଣିଆ ବୁଥ କମିଟି ଗଠନ କରାଯିବ। ବିଜୁ ଜୟନ୍ତୀରେ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ମହାସମାରୋହରେ ପାଳିତ ହେବ ଜୟନ୍ତୀ। ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ, ମହିଳା ସଶକ୍ତୀକରଣ, ଅର୍ଥନୈତିକ ପ୍ରଗତି ସହ ଉତ୍କଳୀୟ ସମ୍ମାନ ରକ୍ଷା ଦିଗରେ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଏସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ଦଳୀୟ କର୍ମୀଙ୍କ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଜୁ ଜୟନ୍ତୀରୁ ଘରେ ଘରେ ଶଙ୍ଖ କାର୍ୟ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।