ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜୁଛି ବିଜେଡି, ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ଶହ ଶହ କର୍ମୀ ଓ ନେତା
ଭୁବନେଶ୍ବର : ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜୁଛି ବିଜେଡି । ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ପ୍ରତିବାଦ । ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ଶହ ଶହ କର୍ମୀ ଓ ନେତା । ସମାବେଶରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ ହୋଇ ବିଜେପି ସରକାରଙ୍କ ଉପରେ ବଡ଼ ହମଲା କରିଛନ୍ତି ।
କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ସରକାର । ଦରବୃଦ୍ଧି ଓ GST ମାଡ଼ରେ ଲୋକ ନୟାନ୍ତ ହୋଇଛନ୍ତି । ଜୁନ ମାସରୁ ସରକାର ଗଠନ ହେଲା କିନ୍ତୁ ୭ ମାସରେ କେବଳ ଲମ୍ବା ଲମ୍ବା ଭାଷଣ ମାରି ଚାଲିଛନ୍ତି । କାମ ଘର ଶୂନ୍ । ଦରଦାମ ବଢି ଚାଲିଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି । କିନ୍ତୁ ଲୋକଙ୍କ ସୁଃଖ ଦୁଃଖ ସହ ଏ ସରକାରର କୌଣସି ସମ୍ପର୍କ ନଥିବା ନବୀନ ଅଭିଯୋଗ କରିଛନ୍ତି ।
ଅତ୍ୟାବଶ୍ୟକ ସାମଗ୍ରୀ ଆକାଶ ଛୁଆଁ, ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଅଦିନିଆ ବର୍ଷାରେ କ୍ଷତି, ଚାଷୀ ଆତ୍ମହତ୍ୟା ବୋଝ ଉପରେ ନଳିତା ବିଡ଼ା ପାଲଟିଛି । ହାଟ ବଜାରରେ ପ୍ରତିଦିନ ଲୋକଙ୍କ ଅଶାନ୍ତି ବଢି ବଢି ଚାଲିଛି । ମାଆ ମାନେ ଚାଷୀମାନେ କାନ୍ଦୁଛନ୍ତି । କିନ୍ତୁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଭଳେ ମନେହେଉଛି ।
ଡବଲ ଇଞ୍ଜିନ ସରକାର ଡବଲ ମାଡ ଦେଇଛ । ଦରବୃଦ୍ଧି ସହ GST ମାଡ଼ ଗରୀବ ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ବିଜେପି ସରକାର ଟ୍ରେଲର ଦେଖାଇ ଗୋଲପୀ ଚିତ୍ର ଦେଖାଇଥିଲେ । ଫିଲ୍ମ ରିଲିଜ୍ ହେଲା ବେଳକୁ ହୋଇଛି ଡବଲ ଏମ୍ ଏମ୍ । ମହଙ୍ଗା ମାଡ଼ ସରକାରଙ୍କ ଅସଲ ଚେହେରା ଖୋଲିଦେଇଛି ବୋଲି ନବୀନ କହିଛନ୍ତି ।