ଆସନ୍ତା ୮ରେ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ି ଆନ୍ଦୋଳନ

ଭୁବନେଶ୍ବର (କେନ୍ୟୁଜ୍) : ଚାଷୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆସନ୍ତା ୮ ତାରିଖରେ ପାର୍ଲାମେଣ୍ଟ ଘେରିବ ଦଳ । ଏଥିରେ ବିଜେଡିର ସମସ୍ତ ସାଂସଦ, ବିଧାୟକ ଓ କୃଷକ ପ୍ରତିନିଧି ସାମିଲ ହେବେ । ଆସନ୍ତା ୬ ତାରିଖରେ ବିଜେଡି ଦିଲ୍ଲୀ ଚଲୋ ଡାକରା ଦେଇଛି । ୮ତାରିଖରେ ପ୍ରତିବାଦ ସଭା ପରେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯିବ। ଏଥିପାଇଁ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଦିଲ୍ଲୀ ଗସ୍ତ କରିଛନ୍ତି। କେନ୍ଦ୍ର ପକ୍ଷରୁ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରାଯାଉନି ।

bjd

ଚାଷୀକୁ ତାର ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ମିଳୁନଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଦର ଧାର‌୍ୟ୍ୟ କରିବା ରାଜ୍ୟର ନୁହେଁ କେନ୍ଦ୍ରର ଦାୟିତ୍ୱ । ତେବେ ରାଜ୍ୟ ପକ୍ଷରୁ ଗଝଚ ବୃଦ୍ଧି ଦାବି କରିଆସୁଥିଲେ ବି କେନ୍ଦ୍ର ଶୁଣୁନି । ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି କହିଛି ।