ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବିଜେଡି

ଭୁବନେଶ୍ବର : ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବିଜେଡି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କାରଣ ଏନ୍‌ଡିଏ ଶିରୋମଣି ଅକାଳୀ ଦଳ ନେତା ନରେଶ ଗୁଜରାଲଙ୍କୁ ପ୍ରାର୍ଥୀ କରିପାରେ। ନରେଶ ଗୁଜରାଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦର କୁମାର ଗୁଜରାଲଙ୍କ ପୁଅ। ନରେଶଙ୍କ ସହ ନବୀନ ପଟ୍ଟନାୟଙ୍କର ବହୁ ଦିନର ସୁସମ୍ପର୍କ ରହିଛି। ତେଣୁ ଚର୍ଚ୍ଚା ହେଉଛି, ବିଜେଡି ନରେଶ ଗୁଜରାଲଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିପାରେ। ଏହାସହ ନରେଶଙ୍କର ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କ ସହ ମଧ୍ୟ ଉତ୍ତମ ସମ୍ପର୍କ ରହିଛି। ତେଣୁ ନରେଶଙ୍କୁ ଟିଡିପି ସମର୍ଥନ ମଧ୍ୟ ମିଳିପାରେ।

Leave A Reply

Your email address will not be published.