ବିଜେଡି ସୁପ୍ରିମୋ ନବୀନ ହେଲେ ସଂସଦୀୟ ଦଳ ଅଧକ୍ଷ

ଭୁବନେଶ୍ୱର : ଶେଷ ହେଲା ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ | ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ଯକ୍ଷତାରେ ବସିଥିଲା ବୈଠକ | ସମସ୍ତ ସାଂସଦଙ୍କ ସର୍ବସମ୍ମତି କ୍ରମେ ନବୀନ ହେଲେ ସଂସଦୀୟ ଦଳ ଅଧକ୍ଷ | ଅଧିବେଶନ ରେ ଓଡିଶାକୁ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଇଲା ରାୟଲିଟି,ରେଲୱେ ରେ ଅବହେଳା,ଆଦିବାସୀ ଙ୍କୁ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି | ଏନେଇ ସାଂସଦ ଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ | ତ୍ରିପଲ ଇଞ୍ଜିନ ସରକାର ଅଛି ମହାନଦୀ ଜଳ କେମିତି ଓଡିଶାକୁ ଆସିବ ସମାଧାନ କରନ୍ତୁ | ନବୀନ ସ୍ପଟ କରିଛନ୍ତି ରାଜ୍ୟସଭା ରେ ବିଜେପି ର 84 ଟି ସାଂସଦ ଅଛନ୍ତି ତାଙ୍କୁ ମହଙ୍ଗା ପଡିବ | ତାଙ୍କ ଦଳ ଓଡ଼ିଶା ପାଇଁ କଣ ରୋଡ ମ୍ୟାପ କରୁଛି ଆଗାମୀ ଦିନରେ ଜଣାପଡିବ |