ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ

କିଛି ସମୟ ପରେ ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ' । ପୁନାମା ଗେଟ୍ ଫ୍ଲାଏ ଓଭରରୁ ଏକାମ୍ର ଛକ ପର୍ଯ୍ୟନ୍ତ ହେବ ରୋଡ୍ ସୋ' । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରିବେ ନବୀନ ।

ଭୁବନେଶ୍ୱର(କେନ୍ୟୁଜ୍‌): କିଛି ସମୟ ପରେ ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ’ । ପୁନାମା ଗେଟ୍ ଫ୍ଲାଏ ଓଭରରୁ ଏକାମ୍ର ଛକ ପର୍ଯ୍ୟନ୍ତ ହେବ ରୋଡ୍ ସୋ’ । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରିବେ ନବୀନ । ସବୁ ଛକରେ ହୁଳୁହୁଳି ପକାଇ ଓ ଫୁଲ ପକାଇ ନବୀନଙ୍କୁ ସ୍ବାଗତ କରାଯିବ । ପୁନାମା ଗେଟ୍ ଫ୍ଲାଏ ଓଭରରୁ ରୋଡ ସୋ ବାହାରି ପଲାସପଲ୍ଲୀ, ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ , ଶିରିପୁର ଛକ, ଗଙ୍ଗନଗର ଛକ ହୋଇ ଏକାମ୍ର ଛକରେ ସରିବ ରୋଡ୍ ସୋ’ । ରୋଡ ସୋ ବେଳେ ପ୍ରତି ଛକରେ ଲୋକଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ପୂରା ସଜେଇ ହୋଇଛି ଏହି ରାସ୍ତା । ରୋଡ ସୋ’ ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

 

Leave A Reply

Your email address will not be published.