ପୋଲାଭରମ ପ୍ରସଙ୍ଗରେ ଦାବି ଉପସ୍ଥାପନ ପାଇଁ ଦିଲ୍ଲୀରେ ବିଜେଡି ଟିମ୍
ବନ୍ଦ ରହୁ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ପ୍ରଥମେ ପୋଲାଭରମର ସ୍ଥିତି ଅନୁଧ୍ଯାନ ହେଉ । ଏନେଇ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅତିରିକ୍ତ ସଚିବ ନୱଲଜିତ କପୁର, କେନ୍ଦ୍ର ଜଙ୍ଗଲ, ଜଳବାୟୁ ଓ ପରିବେଶ ସଚିବ ଲୀନା ନନ୍ଦନଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେଡିର ପ୍ରତିନିଧି ମଣ୍ଡଳୀ ।
ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳ ପୋଲାଭରମ ପ୍ରକଳ୍ପ ହେଲେ ଓଡିଶା କିପରି ପ୍ରଭାବିତ ହେବ ତାହା ଜଣାଇଛନ୍ତି । ପରେ ସେଣ୍ଟ୍ରାଲ ୱାଟର କମିସନ ଓ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ଯାଇ ସ୍ମାରକପତ୍ର ଦେଇଛନ୍ତି । ପୋଲାଭରମ ପ୍ରକଳ୍ପ ନିର୍ମାଣ ଶେଷ ହେଲେ ମାଲକାନଗିରିର ବହୁ ଅଞ୍ଚଳ ଜଳମଗ୍ନ ହେବ ।
ପୂର୍ବରୁ ବିଜେଡିର ଫ୍ୟାକଟ ଫାଇଣ୍ଡିଂ ଟିମ୍ ପୋଲାଭରମ ଗସ୍ତ କରି ସ୍ଥିତି ଅନୁଧ୍ଯାନ କରିଥିଲା । ଗତକାଲି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟି ଦାବିପତ୍ର ଦେଇଥିଲା ବିଜେଡିର ପ୍ରତିନିଧି ମଣ୍ଡଳୀ ।