କଣାସ ଡାଇରିଆ ସ୍ଥିତି, ପରଖିବାକୁ ଗ୍ରାଉଣ୍ଡ ଜିରୋକୁ ଯିବେ ବିଜେଡି ଟିମ୍

ପୁରୀ: ଦୟାନଦୀର ଦୂଷିତ ଜଳ ପାଇଁ କଣାସ ଅଞ୍ଚଳରେ ବ୍ୟାପିଛି ଡାଇରିଆ । ଏଥିରେ ୪ ଜଣଙ୍କ ଜୀବନ ଯାଇଛି। ଏନେଇ ଆଜି କଣାସ ଗ୍ରାଉଣ୍ଡ ଜିରୋର ପହଞ୍ଚିବ ବିଜେଡି ଟିମ୍ । ଆଜି କଣାସ ଡାଇରିଆ ସ୍ଥିତି ପରଖିବାକୁ ଗ୍ରାହଣ୍ଡ ଜିରୋକୁ ଯିବେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଟିମରେ ଅଛନ୍ତି ଅରୁଣ ସାହୁ, ରାଜଶ୍ରୀ ମଲ୍ଲିକ ଓ ସଂଜୟ ଦାସ । ସ୍ଥାନୀୟ ବିଜେଡି ନେତା ସେମାନଙ୍କ ସହ ସାମିଲ ହେବେ। ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଗସ୍ତ ପରେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ । କଣାସରେ ଏବେ ବି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନି ଡାଇରିଆ। ନୂଆ କେସ୍ ସାମ୍ନାକୁ ଆସୁଛି। ଗତକାଲି ବିଜେଡିର ବରିଷ୍ଠ ନେତା ଦୟାନଦୀରେ ଡଙ୍ଗାରେ ବୁଲି ସ୍ଥିତି ନଦୀ ଜଳର ପ୍ରଦୂଷଣ ଦେଖିଥିଲେ ।

ଅନ୍ୟପଟେ ଦୟାନଦୀ ଆଦୌ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ପ୍ରଭାବିତ ଅଞ୍ଚଳରେ ମେଡିକାଲ ଟିମ ମୁତୟନ ଅଛନ୍ତି । ଜିରୋ ନିୟନ୍ତ୍ରଣ ପର୍ଯ୍ୟନ୍ତ ସ୍ଥିତି ଉପରେ କଡ଼ା ନଜର ରହିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଦୟାନଦୀ ଜଳ ପରୀକ୍ଷା ପରେ ସମ୍ପୂର୍ଣ୍ଣ ପ୍ରଦୂଷିତ ଓ ପାନୀୟ ଉପଯୋଗୀ ନୁହେଁ ଜଣାପଡିବା ପରେ ଦୟାନଦୀ ଜଳ ବ୍ୟବହାର ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କଣାସ ବ୍ଲକ ଗଡ଼ିଶାଗୋଦା ପଞ୍ଚାୟତ ନୂଆଗାଁ ଓ ଗୋପୀନାଥପୁର ପଞ୍ଚାୟତର ଜାଗୁଳାଇପଦର ଅଧିକ ପ୍ରଭାବିତ ହୋଇଛି । ଘଟଣାସ୍ଥଳରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ନୂଆଗାଁ, ଜାଗୁଳାଇପଦର,ନଈ କୂଳପାଟଣା ଗାଁର ଘର ଘରକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡି କର୍ମୀ ।

 

ଆହୁରି ପଢନ୍ତୁ : ଦୟାନଦୀ କୂଳିଆ ଗାଁରେ ଆତଙ୍କ : ଝାଡ଼ାବାନ୍ତିରେ ୪ ଜଣଙ୍କ ମୃତ୍ୟୁ, ୭୮ ଜଣ ଆକ୍ରାନ୍ତ

You might also like