ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ୩ ଦିନ ଧରି ବିଜେଡିର ଆନ୍ଦୋଳନ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ଦଳ । ୩ ଦିନ ଧରି ସାରା ରାଜ୍ୟରେ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିବ ମହିଳା, ଛାତ୍ର ଓ ଯୁବ ବିଜେଡି। ଆଜି କଟକ, ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର RDC ସମ୍ମୁଖରେ ଧାରଣା ଦିଆଯିବ।

ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ପୂର୍ବରୁ ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଥିଲ ବିଜେଡି। ପରେ କେନ୍ଦ୍ର ସରକାର ତୈଳଦର ଉପରୁ ଜିଏସଟି କମାଇଥିଲେ। ଏବେ ଘରୋଇ ଏଲପିଜି ସିଲିଣ୍ଡର ଦର ହଜାରେ ମୁହାଁ । ଦର ନକମାଇବା ପର୍ଯ୍ୟନ୍ତ ଜନ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଦଳ। ୭ ବର୍ଷରେ ଗ୍ୟାସ ଦାମ୍‌ ୩ ଗୁଣା ବଢିଥିବା ବିଜେଡି ଅଭିଯୋଗ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.