ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ନିରାଡ଼ମ୍ବର ଭାବେ ପାଳିବାକୁ ନିଷ୍ପତି ନେଇଛି ବିଜେଡି

କେନ୍ୟୁଜ୍(ବ୍ୟୁରୋ): ଏପ୍ରିଲ ୧୭ ତାରିଖ ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତିରୋଧାନ ଦିବସ । ଏହି ଦିବସକୁ ନିରାଡ଼ମ୍ବର ଭାବେ ସବୁ ନିର୍ବାଚନୀ ମଣ୍ଡଳରେ ପାଳନ କରିବାକୁ ନିଷ୍ପତି ନେଇଛି ବିଜେଡି । ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୁହ ରକ୍ତଦାନ ଶିବିର କରାଯାଇ ଗ୍ରୀଷ୍ମ ଦିନରେ ଯେପରି କେହି ରକ୍ତ ଅଭାବରୁ ମୃତ୍ୟୁବରଣ ନକରିନ୍ତି ସେ ସଂକଳ୍ପ ନିଆଯିବ ।

ଏହାସହ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ କରବାକୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରୟାସ ଜାରୀ ରଖିଛନ୍ତି ସେଥିପାଇଁ ପ୍ରତ୍ୟେକ ଓଡିଆ ଏହି ଅଭିଯାନରେ ସାମିଲ କରିବାକୁ ଦଳ ଲକ୍ଷ ରଖିଛି । ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କୁ ଭାରତ ରନ ପୁରସ୍କାର ଦେବା ପାଇଁ ପୁଣିଥରେ କେନ୍ଦ୍ର ପାଖରେ ଦାବି କରିଛନ୍ତି ବରିଷ୍ଠ ରାଜନେତା ଡ଼ାକ୍ତର ଦାମୋଦର ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.