ଭୁବନେଶ୍ୱର: ଏମ୍‌ସରେ ହିନ୍ଦୀ ଭାଷାରେ କାର୍ଯ୍ୟକରିବା ନେଇ ନିର୍ଦ୍ଦେଶନାମାକୁ ବିଜେଡିର ବିରୋଧ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଏମ୍‌ସରେ ହିନ୍ଦୀ ଭାଷାରେ କାର୍ଯ୍ୟକରିବା ନେଇ ନିର୍ଦ୍ଦେଶନାମାକୁ ବିଜେଡିର ବିରୋଧ। ସିଧାସିଧା ନିର୍ଦ୍ଦେଶାବଳୀକୁ ବିରୋଧ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଏମ୍‌ସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ କରିବା ସହ ଟ୍ଵିଟ ଯୋଗେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି। ଭାଷା ଭିତ୍ତିରେ ଆମ ରାଜ୍ୟର ଗଠନ ହୋଇଥିଲା। ମାତୃଭାଷାକୁ କୌଣସି ଉପାୟରେ କୋଣଠେସା କରିବାକୁ ଆମେ ସୁଯୋଗ ଦେବୁନାହିଁ। ଆମ ରାଜ୍ୟରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଓ ସଂସ୍ଥାଙ୍କୁ ଏଭଳି କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏମ୍‌ସରେ ସ୍ୱାସ୍ଥ୍ୟସେବାକୁ ସୁଗମ ଓ ସଫଳ କରିବାକୁ ଓଡ଼ିଆ ଭାଷା ବ୍ୟବହାର କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅବଗତ କରାଯାଇ ନିର୍ଦ୍ଦେଶାବଳୀକୁ ପରିବର୍ତ୍ତନ କରିବାକକୁ କୁହାଯିବ ବୋଲି ପିନାକୀ କହିଛନ୍ତି।

aaims-bbsrସେହିପରି ମାତୃଭାଷା ଦିବସରେ ଏଭଳି ନିର୍ଦ୍ଦେଶ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏମସ୍‌ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏମ୍‌ସର ସମସ୍ତ ଫାକଲ୍‌ଟି ଓ କର୍ମଚାରୀ ହିନ୍ଦୀ ଭାଷାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ସମସ୍ତ କର୍ମଚାରୀ ହିନ୍ଦୀରେ ଦସ୍ତଖତ କରିବା ବାଧ୍ୟତାମୂଳକ। ସବୁ ଫାଇଲରେ ହିନ୍ଦୀରେ ଲେଖିବା, ରେଜିଷ୍ଟରରେ ନାଁ ଓ ସବହେଡିଂ ଲେଖିବାକୁ ନିର୍ଦ୍ଦେଶ ରହିଛି। ସେହିପରି ନୋଟିଂ ଓ ଡ୍ରାଫ୍‌ଟିଂ ୩୦ ପ୍ରତିଶତ କରିବା ସହ ୫୫ ପ୍ରତିଶତ ଚିଠିର ଉତ୍ତର ହିନ୍ଦୀରେ ଦେବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି।