ବିଦ୍ୟୁତ ଉପଭୋକ୍ତା ମହାସଂଘ ଡାକରାକୁ ବିଜେଡିର ସମର୍ଥନ, ବିଧାନସଭା ସମ୍ମୁଖରେ କରିବ ବିକ୍ଷୋଭ

ଭୁବନେଶ୍ବର: ବିଦ୍ୟୁତ ଉପଭୋକ୍ତା ମହାସଂଘ ଡାକରାକୁ ବିଜେଡିର ସମର୍ଥନ । ବିଦ୍ୟୁତ ସମସ୍ୟା ନେଇ କାଲି ରାସ୍ତାକୁ ଓହ୍ଲାଇବ ବିଜେଡି । ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ । ଟାଟା ପାୱାର ମନମାନି କରୁଛି । ଲୋକଙ୍କ ପାଖକୁ ଯେତିକି ଭୋଲଟେଜ ପହଁଚିବା କଥା ପହଞ୍ଚୁନାହିଁ । ଘର ଭିତରେ ପଶି ଟାଟା କମ୍ପାନୀ ଫାଇନ ମାଗୁଛି । ଅଭିଯୋଗ ପରେ ମଧ୍ୟ OERC ଅଭିଯୋଗ ଶୁଣୁନାହିଁ । ଘର ଭିତରେ ଟାଟା ପାୱାର ସ୍ମାର୍ଟ ମିଟର ଲଗାଉଛି ।
ରାଜ୍ୟରେ ୩ଲକ୍ଷ ମିଟର ଲଗାଇ ସାରିଲାଣି। ମିଟର ଲାଗି ସାରିଲା ପରେ ପ୍ରିପେଡ ବ୍ୟବସ୍ଥାରେ ବିଲ ଆଦାୟ ଆଦାୟ କରିବାକୁ ଯୋଜନା କରୁଛନ୍ତି । ଫଳରେ ବିଲିଂ ସ୍ମାର୍ଟ ମିଟର ଅର୍ଥ ସରିଗଲେ ବିଦ୍ୟୁତ କଟିଯିବ । ସମସ୍ତଙ୍କୁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି। ଏହାକୁ ବିରୋଧ କରି ବିଦ୍ୟୁତ ଉପଭୋକ୍ତା ମହାସଂଘ ଆନ୍ଦୋଳନର ଡାକରା ଦେଇଛି । ଏହାକୁ ବିଜେଡି ସମର୍ଥନ କରିଛି । ଏହା ସହ ୩୦୦ ୟୁନିଟ ମାଗଣା ବିଦ୍ୟୁତ ପ୍ରତିଶ୍ରୁତି ସରକାର ପାଳନ କରନ୍ତୁ ବୋଲି ବିଜେଡି ଦାବି କରିଛି ।