ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି, ଲୋକସେବା ଭବନ ଆଗରେ କରିବ ପ୍ରତିବାଦ, ୨୩ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର : ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେଡି । ଲୋକସେବା ଭବନ ଆଗରେ ପ୍ରତିବାଦ କରିବ ଦଳ। ଆନ୍ଦୋଳନରେ ସାମିଲ ହେବେ ବିଜେଡିର ଶହ ଶହ କର୍ମୀ ଓ ନେତା। ଡବଲ ଇଞ୍ଜିନ ସରକାର ଅର୍ଥନୀତି ପରିଚାଳନାରେ ଫେଲ ମାରିଥିବା ବିଜେଡି ଅଭିଯୋଗ କରିଛି। ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିଛି । ୬.୭୮% ସହ ଓଡ଼ିଶା ତିନି ନମ୍ବର ସ୍ଥାନରେ ରହିଛି।

ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଡିଜେଲ ଦର କମିଛି। ହେଲେ ଏଠି ସରକାର ଦର କମ କରୁନାହାନ୍ତି। ସୁଭଦ୍ରା ନାଁରେ ଡବଲ ପାଇପ ଲଗାଇ ଶୋଷଣ କରାଯାଉଥିବା ବିଜେଡି ଅଭିଯୋଗ କରିଛି। ଗତ ୬ମାସରେ ଦରଦାମ ଅହେତୁକ ବଢିଥିଲେ ବି ସରକାରଙ୍କ ନିଦ ଭାଙ୍ଗୁନି। ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ବିଜେଡି।

ବିଜେଡି ପକ୍ଷରୁ ଲୋୟର ପିଏମଜି ରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୩ ପ୍ଲାଟୁନ ପୋଲିସ ମୁତୟନ ହେବେ। ଓଡ଼ିଶା ପୋଲିସର ୧୫ପ୍ଲାଟୁନ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ CAPF ର ୮, ପ୍ଲାଟୁନ ରହିବେ। ଓଡ଼ିଶା ସ୍ଵିଫ୍ଟ ଆକ୍ସନ ଫୋର୍ସ ମଧ୍ୟ ରହିବେ। ଏହା ସହ ସ୍ୱତନ୍ତ୍ର ଭାବେ ତିନି ପ୍ଲାଟୁନ ମହିଳା କନଷ୍ଟେବଳ ରହିବେ। ଦୁଇ ଜଣ ଅତିରିକ୍ତ ଡିସିପି ରହିବେ। ୯ଜଣ ACP ଉପସ୍ଥିତ ରହିବେ । ଏହା ସହ ୨୩ ଇନ୍ସପେକ୍ଟର,SI o ASI ୪୪ ଜଣ ରହିବେ।
ସଭାସ୍ଥଳ ପଛକୁ ତିନୋଟି ବ୍ୟାରିକେଡ଼ ଲଗାଯାଇଚି।