ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ଆରମ୍ଭ କରିବ ଜନ ସମ୍ପର୍କ ପଦଯାତ୍ରା : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ବିଜେଡି। ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହେବ ବୋଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ  । ଏହି ବିଷୟରେ ଦଳ ପକ୍ଷରୁ ନୂତନ ଭାବେ ତିଆରି ହୋଇଥିବା କମିଟି , ରାଜ୍ୟର ସମସ୍ତ କାର୍ଯ୍ୟକର୍ତ୍ତା, ବିଧାୟକ ବିଧାୟିକା ପ୍ରାର୍ଥି, ବ୍ଲକ ଓ ନଗର କର୍ମକର୍ତ୍ତାଙ୍କ ସହିତ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଜନ ସଂପର୍କ ପଦଯାତ୍ରା ସମ୍ପର୍କରେ ସୂଚିତ କରାଯାଇଛି ବୋଲି ସୂଚନା ଦେଲେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ।

ଦୁଇଟି ପର୍ଯ୍ୟୟରେ ଜନ ସମ୍ପର୍କ ପଦଯାତ୍ରା ପାଇଁ ନିଷ୍ପତି ନେଇଛି ଦଳ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପଦଯାତ୍ରା ,ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ଦୁଇ ତାରିଖରୁ ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ଚାଲିବ , ପୁଣି ଅକ୍ଟୋବର 21 ରୁ 30 ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତି ନେଇଛନ୍ତି ଦଳ ସୁପ୍ରିମୋ  ।

ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପବିତ୍ର ତିଥିରେ ବି ବିଜୁ ଜନତା ଦଳର ସଦସ୍ୟତା ଅଭିଯାନକୁ ମଧ୍ୟ ବ୍ୟାପକ କରାଯିବ । ଅକ୍ଟୋବର 9ରୁ ଆରମ୍ଭ କରିବାକୁ ନିଷ୍ପତି ନେଇଛି ଦଳ । ସେପଟେ ସଦସ୍ୟତା ଅଭିଯାନକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଓ କ୍ଷେତ୍ରୀୟ ସ୍ଥରରେ ବି ବ୍ୟାପକ କରାଯିବ ବୋଲି ସୂଚନା ଦେଲେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଚେୟାରମ୍ୟାନ ଦେବୀ ମିଶ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like