ବ୍ରହ୍ମପୁରରେ ମେୟର ପଦ ହାତେଇଲେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ

(କେନ୍ୟୁଜ): ବ୍ରହ୍ମପୁରର ମେୟର ପଦ ହାତେଇଲେ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ମେୟର ପ୍ରାର୍ଥୀ ସଂଘମିତ୍ରା। ବିଜେପିର ସବିତା ସୁଆରଙ୍କୁ ହରାଇଛନ୍ତି । ବିଜୟ ପରେ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ସମସ୍ତ ସଫଳତାର ଶ୍ରେୟ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିର । ମହାନଗର ନିଗମ ବାସିନ୍ଦା ମୋତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବ୍ରହ୍ମପୁରରେ ଉନ୍ନତି ମୂଳକ କାର୍ଯ୍ୟ କରାଯିବ । ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରର ସମସ୍ୟା ସମାଧାନକୁ ପ୍ରାଧାନ୍ୟ ଦିଆଯିବ ।

ସେପଟେ ଭୁବନେଶ୍ୱର, କଟକ ମହାନଗର ନିଗମ ମେୟର ପଦ କିଏ ହାତେଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା। ବ୍ରହ୍ମପୁର ମେୟର ପଦ ବିଜେଡି ହାତକୁ ଯାଇଥିବା ବେଳେ ଏବେ ଭୁବନେଶ୍ୱର ଓ କଟକରେ କିଏ ବାଜିମାତ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.