ବିଜେଡି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ରାଜ୍ୟ କାଉନସିଲ ହେବେ ନିର୍ବାଚିତ : ପ୍ରଦୀପ ଅମାତ

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ।  ବିଜେଡି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ରାଜ୍ୟ କାଉନସିଲ ସଦସ୍ୟ ନିର୍ବାଚିତ ହେବେ ।  ଏହାସହ ଦଳୀୟ ସଭାପତି ମଧ୍ୟ ନିର୍ବାଚିତ ହେବେ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ ।  ସାଂଗଠନିକ ନିର୍ବାଚନ ନେଇ ଆଜି ଶଙ୍ଖ ଭବନରେ ସମନ୍ବୟ କମିଟିର ବୈଠକ ବସିଥିଲା।

ଏଥିରେ କମିଟିର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ପରାମର୍ଶଦାତା କମିଟିର ସଦସ୍ୟ ଉପସ୍ଥିତ ଥିଲେ ।  ଦଳ ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ମଧ୍ୟ ବୈଠକରେ ସାମିଲ ଥିଲେ ।  ନିଷ୍ପତ୍ତି ହୋଇଛି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଡିଆରଓ ପରେ ଏଆରଓ ନିଯୁକ୍ତ ହେବେ ।  ଏ ନେଇ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରୀୟ ନେତାଙ୍କ ସହ ଆଲୋଚନା ହେବ ବୋଲି ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।

Also read: ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ଆଗାମୀ ସାଙ୍ଗଠନିକ ନିର୍ବାଚନ ସହ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା