ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସ୍ୱତନ୍ତ୍ର ରଣନୀତି: ଆଜିଠାରୁ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ପୁରୀ କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସ୍ୱତନ୍ତ୍ର ରଣନୀତି । ପୁରୀରେ ବିଜେଡିର ଯୁବ ଓ ଛାତ୍ର ନେତାଙ୍କର ହେବ ପ୍ରଶିକ୍ଷଣ ଶିବିର । ଆଜିଠାରୁ ପୁରୀ ବାଲିଘାଇ ଅଞ୍ଚଳରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି ।

ଆଜି କେବଳ ଯୁବ ବିଜେଡି ସମାବେଶ ଥିବା ବେଳେ ଆସନ୍ତାକାଲି ବିଜେଡି ଛାତ୍ର ସମାବେଶ ରହିଛି । ଭର୍ଚୁଆଲ ମୋଡରେ ଏଥିରେ ଉଦବୋଧନ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରଶିକ୍ଷଣ ଶିବିରରେ ୩୫ଟି ସାଂଗଠନିକ ଜିଲ୍ଲାର ଯୁବ ଓ ଛାତ୍ର ନେତୃବୃନ୍ଦ ସାମିଲ ହେବେ । ସେହିପରି ୩୧୪ଟି ବ୍ଲକର ପ୍ରତିନିଧି ଓ ୧୧୯ଟି ପୌରାଞ୍ଚଳର ଯୁବ କାର୍ଯ୍ୟକର୍ତ୍ତା ଓ ବିଜେଡି ଆଇଟି ସେଲର କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.