ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁ ଘଟଣା: ଧର୍ମେନ୍ଦ୍ରଙ୍କ ଗାଁ ଖଣ୍ଡିଆକୁଦ ଯିବ କମିଶନରେଟ୍‌ ପୋଲିସ୍, ପରିବାର ଲୋକଙ୍କୁ କରିବ ପଚରାଉଚରା

ଭୁବନେଶ୍ୱର(କେନ୍ୟୁଜ୍):  ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତନାଘନା ତଦନ୍ତ । ତାଙ୍କର ଦୁଇଟି ମୋବାଇଲ୍‌ ନମ୍ବରର ସିଡିଆର୍‌ ଯାଞ୍ଚ କରିବ ପୋଲିସ । ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଅଧିକ ଖୋଳତାଡ ପାଇଁ ତାଙ୍କ ଗାଁ ଗୋପର ଖଣ୍ଡିଆକୁଦ ଯିବ କମିଶନରେଟ୍‌ ପୋଲିସ ଟିମ୍‌ । ଜଣେ ଏସିପିଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍‌ ଗୋପ ଯିବ । ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ ।

ପୂର୍ବରୁ ଧର୍ମେନ୍ଦ୍ରଙ୍କ ସ୍ମାର୍ଟଓ୍ଵାଚ୍‌ ଓ ସିସିଟିଭି ହାର୍ଡ ଡିସ୍କ ଷ୍ଟେଟ୍‌ ଫରେନସିକ୍‌ ଲାବକୁ ପଠାଯାଇଥିଲା । ସେହିପରି ତାଙ୍କର ୨ଟି ମୋବାଇଲର ଯାଞ୍ଚ ପାଇଁ ପଠାଯାଇଛି ଫରେନସିକ୍‌ ଲାବ୍‌ । ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘରୁ ଉଦ୍ଧାର ହୋଇଥିଲା । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ? ପାରିବାରିକ କଳହ ନା ଆଉ କିଛି କାରଣ ରହିଛି ଖୋଳତାଡ କରୁଛି ପୋଲିସ । ମୃତ୍ୟୁ ପୂର୍ବରୁ ତାଙ୍କର ସୋସିଆଲ୍‌ ମିଡିଆ ପୋଷ୍ଟ ମୃତ୍ୟୁ ରହସ୍ୟକୁ ବଢ଼ାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.