ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ

ଭୁବନେଶ୍ୱର(କେନ୍ୟୁଜ୍): ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ତାଙ୍କ ସହ ସମସ୍ତ କର୍ପୋରେଟର ଶପଥ ପାଠ କରିଛନ୍ତି । ଭୁବନେଶ୍ୱରକୁ ଏକ ନମ୍ବର କରାଇବା ଲକ୍ଷ୍ୟ ରହିଛି । ରାଜଧାନୀବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ସୁଲୋଚନା ଦାସ ।

ଅନ୍ୟପଟେ କିଏ ହେବେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର, ପ୍ରଶ୍ନରେ ପୂର୍ଣ୍ଣଛେଦ ପଡିଛି । ୨୨ ନମ୍ବର ଓ୍ଵାର୍ଡର ମଞ୍ଜୁଲତା କଅଁରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି ମଞ୍ଜୁଲତା । ସେ ୪୭୬ ଭୋଟରେ ଜିତିଥିଲେ । ପ୍ରଥମ ଥର ପାଇଁ ସେ ବିଜେଡିରୁ ଟିକଟରୁ ନିର୍ବାଚନ ଲଢ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.