ବିଧାନସଭା ବାହାରେ ହାଇଡ୍ରାମା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସକୁ ଚାଲି ଚାଲି ଗଲେ ବିଜେପି ଓ ବିଜେଡି ବିଧାୟକ

ଭୁବନେଶ୍ବର: ବିଧାନସଭା ବାହାରେ ହାଇଡ୍ରାମା। ନବୀନ ନିବାସକୁ ଚାଲି ଚାଲି ଗଲେ ବିଜେପି ବିଧାୟକ। ଲୋକସେବା ଭବନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଛନ୍ତି। ଧାନ ମଣ୍ଡି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଦଳ। ବିଜେପି ବିଧାୟକଙ୍କ ପଛେ ପଛେ ଯାଉଛନ୍ତି BJD ବିଧାୟକ।

ଆମେ ଚାଷୀଙ୍କ ପାଇଁ ଅଛୁ, ରାଜନୀତି କରୁନାହୁଁ ବୋଲି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆମ ପାଇଁ ଓଡ଼ିଶା ପ୍ରଥମ, ଚାଷୀ ଆମର ଜୀବନ। ଚାଷୀ ପ୍ରସଙ୍ଗରେ ଆମେ ଗୃହରେ ଆଲୋଚନା କରିବାକୁ ଚାହୁଁଛୁ ବୋଲି ପ୍ରଣବ ପ୍ରକାଶ ଦାସ କହିଛନ୍ତି। ସେପଟେ କଂଗ୍ରେସ ବିଧାୟକମାନେ ଧାନମଣ୍ଡି ପ୍ରସଙ୍ଗରେ ବିଧାନସଭା ପରିସର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

You might also like