ବିଜେପି ଘୋଷଣା କଲା ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ

ଭୁବନେଶ୍ୱର : ବଛା ହେଲେ ସଭାପତି । ବିଜେପି ବିଭିନ୍ନ ଜିଲ୍ଲା ପାଇଁ ନୂଆ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପିର କଟକ ଜିଲ୍ଲା (୧) ସାଂଗଠନିକ ଜିଲ୍ଲାର ନୂଆ ସଭାପତି ସୁକାନ୍ତ କୁମାର ବିଶ୍ଵାଳଙ୍କ ନାମ ଘୋଷଣା ହୋଇଛି । ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବରେ ନାଁ ଘୋଷଣା କରିଛନ୍ତି ।
କଟକ ସର୍କିଟ ହାଉସରେ ଘୋଷଣା ହୋଇଛି ସାଂଗଠନିକ ନିର୍ବାଚନର ଫଳାଫଳ । ନିଆଳି,କଟକ ସଦର,ଚୌଦ୍ଵାର କଟକ,ବାରବାଟି କଟକ ଏବଂ ବାଙ୍କୀ ନିର୍ବାଚନ ମଣ୍ଡଳୀକୁ ନେଇ ନୂଆ କରି ଗଠନ କରାଯାଇଛି କଟକ ଜିଲ୍ଲା(୧) ସାଂଗଠନିକ ଜିଲ୍ଲା ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଶଶାଙ୍କ ଶେଖର ସେଠୀ, ବାଲେଶ୍ବର- ଇଶ୍ବର ଚନ୍ଦ୍ର ବେହେରା, କଟକ ନଗର- ସୁକାନ୍ତ ଚନ୍ଦ୍ର ବିଶ୍ବାଳ, ପୁରୀ- ଦେବେନ୍ଦ୍ର ତରାଇ, ବଲାଙ୍ଗୀର- ଶ୍ରୀବତ୍ସ ବେହେରା, ସୁନ୍ଦରଗଡ଼ -ଗିରିଶ ସାହୁ, ଢେଙ୍କାନାଳ -ରାସ ବିହାରୀ ସାହୁଙ୍କ ନାମ ନୂଆ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଛି । କଳାହାଣ୍ଡି ଜିଲ୍ଲା ପାଇଁ ଯୁଗଲ ପୋଢ଼, ଗଞ୍ଜାମ – ସରୋଜ ସାବତ ଓ ପଶ୍ଚିମ ମୟୂରଭଞ୍ଜ(ରାଇରଙ୍ଗପୁର) ଜିଲ୍ଲା ସଭାପତି ଭାବେ ଜୁରୀଲାଲ ମହାନ୍ତଙ୍କୁ ଜିଲ୍ଲା ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି ।
ଜିଲ୍ଲା ସଭାପତି ନିର୍ବାଚନ ନେଇ ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ସର୍ବ ସହମତିରେ ଚାଲିଛି ଜିଲ୍ଲାର ସଭାପତି ଚୟନ । ସର୍ବ ସହମତିରେ ଚାଲିଛି ଜିଲ୍ଲାର ସଭାପତି ଚୟନ । ଆଜି ସକାଳ ଠାରୁ ନିର୍ବାଚନ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାରେ ସଭାପତି ଚୟନ ଚାଲୁ ରହିଛି । ଏହା ରାତ୍ରି ପର୍ଯ୍ୟନ୍ତ ଚାଲିବ । ଶେଷ ହେବାପରେ ରାଜ୍ୟ ବିଜେପି ପକ୍ଷରୁ ଏସମ୍ପର୍କରେ ଗଣମାଧ୍ୟମ ସମସ୍ତ ତଥ୍ୟ ଦିଆଯିବ।