ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ କେଁ କାଢିଲା ବିଜେପି, ବିଜେଡି କହିଲା ଓଡ଼ିଶାର ସ୍ୱାର୍ଥ ପାଇଁ ଗସ୍ତକୁ ନେଇ କୌଣସି ବାଦବିବାଦ କରିବା କଥା ନୁହେଁ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି- ବିଜେଡି କଥା କଟାକଟି। ବିଧାନସଭା ମୌସୁମୀ ଅଧିବେଶନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତସୂଚୀ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଟ୍ଵିଟ। ବଜେଟ ଅଧିବେଶନ ପୂର୍ବରୁ କିମ୍ବା ପରେ ନବୀନ ବିଦେଶ ଗସ୍ତ ଯୋଜନା କରିଥିଲେ ଭଲ ହୋଇଥାନ୍ତା ବୋଲି ସମୀର କହିଛନ୍ତି।

ଟ୍ଵିଟରରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଏ ଯାଏ ସ୍ଥରୀକୃତ ହୋଇ ନାହିଁ। ସତ କଣ ନ ଜାଣି ଏଭଳି ମନ୍ତବ୍ୟ ଦେବା ରାଜ୍ୟ ବିଜେପି ସଭାପତି ପକ୍ଷେ ଉଚିତ ହୋଇ ନାହିଁ। ବିନା ତଥ୍ୟ ଆଧାରରେ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ।

ସେହିପରି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଓଡ଼ିଶାର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବିଦେଶ ଯାଉଥିବାରୁ ଏହାକୁ ସ୍ୱାଗତ କରିବା କଥା। ଏହାକୁ ନେଇ କୌଣସି ବାଦ ବିବାଦ କରିବା କଥା ନୁହେଁ ବୋଲି ସେ କହିଛନ୍ତି। ଏପରିକି ଆବଶ୍ୟକ ସ୍ଥଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ମାନେ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ବାହାରକୁ ଯାଆନ୍ତି କି ନାହିଁ ବିଜେପି ରାଜ୍ୟ ସଭାପତି ଜାଣନ୍ତି ନାହିଁ ବୋଲି କହିଛନ୍ତି ଅମର।