ରାଜ୍ୟସଭା ଉପନିର୍ଵାଚନ, ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି
ସୁଜିତ୍ କୁମାରଙ୍କ ନାମ ବିଧି ବଧ ଭାବେ ଘୋଷଣା କଲା ବିଜେପି । ଏନେଇ ଗଣ ମାଧ୍ୟମକୁ ସୂଚନା ଦେଲେ ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ। ଦଳର ସଂସଦୀୟ ବୋର୍ଡର ନିଷ୍ପତି କ୍ରମେ ସୁଜିତ୍ କୁମାର ହେଲେ ପ୍ରାର୍ଥୀ। ସୁଜିତ୍ କୁମାର ପୂର୍ବରୁ ରାଜ୍ୟ ସଭା ସାଂସଦ ଥିଲେ ଯୋଗ୍ୟ ବ୍ୟକ୍ତି। ୧.୦୫ରେ ଦଳୀୟ କାର୍ଯ୍ୟାଳୟ ରୁ ବାହାରିବେ। ୧.୩୦ରେ ନାମାଙ୍କନ ଭାରିବେ। ମୁଖ୍ୟମନ୍ତ୍ରୀ ଦୁଇ ଉପମୁଖ୍ୟ ମନ୍ତ୍ରୀ, ରାଜ୍ୟ ସଭାପତି, ୩୦ ବିଧାୟକ ଉପସ୍ଥିତ ରହିବେ।
ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ। ତେଣୁ ଏବେ ପୂର୍ବରୁ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ।
ଏହାପରେ ବିଜେପି ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇଥିଲା।ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ। ତେଣୁ ଏବେ ବିଜେପି ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ ନା ଦଳର ଆଉ କେଉଁ ନେତାଙ୍କୁ ପଠାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ମାତ୍ର ଦଳ ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି ।