ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କଲେ ଜେପି ନଡ୍ଡା
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଖଉଥିବା ବେଳେ ଘମାସାନ ପ୍ରଚାର ଚାଲିଛି । ଆଜି ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ।
ଭୁବନେଶ୍ୱର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଖଉଥିବା ବେଳେ ଘମାସାନ ପ୍ରଚାର ଚାଲିଛି । ଆଜି ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ବୟାନ ଦୋହରାଇଛନ୍ତି । ସେପଟେ କନ୍ଧମାଳ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥର ଇଣ୍ଡିଆ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି ।
ତେଜୁଛି ନିର୍ବାଚନ ପ୍ରଚାର । ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର । ଜାତୀୟ ଦଳଙ୍କ ଫୋକସରେ ଓଡ଼ିଶା । ଅମିତ ଶାହଙ୍କ ପରେ ଓଡ଼ିଶାରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ପ୍ରଚାର । ଭୁବନେଶ୍ବରରେ ରୋଡ ସୋ ପରେ ପଦ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଭୋଟ ଭିକ୍ଷା କରିଛନ୍ତି । ସକାଳେ ଭୁବନେଶ୍ବରରେ ବିଶାଳ ରୋଡ୍ ସୋ କରିଛନ୍ତି ନଡ୍ଡା । ଲିଙ୍ଗରାଜ ମନ୍ଦିରରେ ନଡ୍ଡାଙ୍କ ଦର୍ଶନ ପରେ ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ ରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି ।
ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ରୋଡ୍ ସୋରେ ସାମିଲ ହୋଇଥିଲେ । ପରେ ବରଗଡ଼ର ପଦ୍ମପୁର ଓ ସୁନ୍ଦରଗଡ଼ା ଠାରେ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରେ ଉଦବୋଧନ ଦେଇଛନ୍ତି ଶାହ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ପ୍ରସଙ୍ଗ ଉଠାଇଥିଲେ ନଡ୍ଡା ।