ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା: ସୁଇସାଇଡ୍‌ ନୋଟରେ ରୁଚିକା ଉଲ୍ଲେଖ କରିଥିବା ୩ ସିନିଅର ଛାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି

ଭୁବନେଶ୍ୱର (କେନ୍ୟୁଜ): ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଖୋଳତାଡ । ୩ ସିନିୟରଙ୍କୁ ଗିରଫ କରିବା ପାଇଁ ଜୋର ଧରିଚି ଦାବି। ଛାତ୍ର ସଙ୍ଗଠନ ଓ ପରିବାର ଲୋକ କଲେଜ ସାମ୍ନାରେ ଧାରଣାରେ ବସିବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି । ରୁଚିକାଙ୍କ ରୁମମେଟ୍‌ ଓ ଓ୍ଵାର୍ଡେନଙ୍କୁ ପଚରାଉଚରା କରାଯାଇଛି ।

ସେ ରହୁଥିବା ହଷ୍ଟେଲର ୨୦୧ ନମ୍ବର ରୁମରେ ତଦନ୍ତି କରିଛି ପୋଲିସ । ଏସିପିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି । ରୁଚିକାଙ୍କ ରୁମମେଟ୍‌ ଓ ଓ୍ଵାର୍ଡେନଙ୍କୁ ପଚରାଉଚରା କରାଯାଇଛି । ହଷ୍ଟେଲର ୧୩୪ ଜଣ ସିନିଅର ଛାତ୍ରୀଙ୍କର ଆଇପିସିର ଧାରା ୧୬୧ରେ ବୟାନ ରେକର୍ଡ କରିଛି ପୋଲିସ ।

କାହା ଚାପରେ ଆତ୍ମହତ୍ୟାର ବାଟ ବାଛିନେଲେ ରୁଚିକା ? ସୁଇସାଇଡ୍‌ ନୋଟରେ ରୁଚିକା ଉଲ୍ଲେଖ କରିଥିବା ୩ ସିନିଅର ଛାତ୍ରୀ କିଏ ? ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି । କାହିଁକି ସେମାନେ ରୁଚିକାଙ୍କୁ ନିର୍ଯାତନା ଦେଉଥିଲେ ? କେବେଠାରୁ କରୁଥିଲେ ରାଗିଂ ? କିଭଳି ନିର୍ଯାତନା ଦେଉଥିଲେ ? ହଷ୍ଟେଲରେ ସେମାନଙ୍କର ଦାଦାଗିରି ଚାଲିଥିଲା କି ? ରୁଚିକାଙ୍କୁ ନିର୍ଯାତନା ବାବଦରେ ଓ୍ଵାର୍ଡେନ କିଛି ଜାଣି ଥିଲେ କି ? ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.