ବାତ୍ୟା ଦାନା ପ୍ରସଙ୍ଗରେ ଲୋକଙ୍କ ସମସ୍ୟା ଶୁଣୁଛି ବିଜେପି ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର : ଆମ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା “ଦାନା” ର ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଅବସ୍ଥା ତଥା ଏହାର ନିରାକରଣ ସଂକ୍ରାନ୍ତୀୟ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ଆଦାନ ପ୍ରଦାନ ପାଇଁ ଏକ Helpline no – 0674 239 3984 କୁ ରାଜ୍ୟ ସଭାପତି ମନମୋହନ ସାମଲ ଜାରି କରିଛନ୍ତି ।
ଗତକାଲି ଠାରୁ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଏହି କଣ୍ଟ୍ରୋଲ ରୁମ୍ ରେ ପାର୍ଟିର ପଦାଧିକାରୀ ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟା ଅଞ୍ଚଳର ଜନସାଧାରଣଙ୍କ ଅଭିଯୋଗ ଶୁଣି ସମ୍ପୃକ୍ତ ବାତ୍ୟା ଅଞ୍ଚଳରେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମସ୍ୟାର ସମାଧାନ କାର୍ଯ୍ୟ କରୁଛନ୍ତିି ।
ଅଦ୍ୟାଵଧି ୧୨୮ ଟି ଅଭିଯୋଗ ବିଭିନ୍ନ ଅଞ୍ଚଳରୁ ଆସିଥିବା ବେଳେ ସେଥିନେଇ ସମ୍ପୃକ୍ତ ବିଭାଗ ଓ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି । ସେହିପରି ସ୍ଥାନୀୟ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ କରିବାକୁ ରାଜ୍ୟ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଉଛି ।