ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ବାଲେଶ୍ୱର ପାଇଁ ମାନସ ଦତ୍ତ ଓ ତିର୍ତ୍ତୋଲରୁ ରାଜକିଶୋର ବେହେରା

କେନ୍ୟୁଜ (ବ୍ୟୁରୋ): ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ମାନସ ଦତ୍ତଙ୍କ ନାଁ ଘୋଷଣା କରିଛି ବିଜେପି । ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ । ସେହିପରି ତିର୍ତ୍ତୋଲରୁ ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି । ନିକଟରେ ରାଜକିଶୋର କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଉପନିର୍ବାଚନରେ ତାଙ୍କ ଉପରେ ଭରସିଛି ଦଳ । ବିଜେପି ପ୍ରାର୍ଥୀ ସେପଟେ ଦିନେ ଦୁଇ ଦିନ ଭିତରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.