ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା ଦେଉଛନ୍ତି ଅଶୋକ, ଫୁଙ୍କି ପାରନ୍ତି ଶଙ୍ଖ !

ବରଗଡ(କେନ୍ୟୁଜ୍): ଶଙ୍ଖ ଫୁଙ୍କିବେ କି ଅଶୋକ ପାଣିଗ୍ରାହୀ? ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା ଦେଉଛନ୍ତି ଅଶୋକ । ଗତକାଲି ବିଜେପି ଛାଡ଼ିଥିଲେ । ଏହାପରେ ଆଜି ବିଜେଡିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ବିଜେପୁର ଉପନିର୍ବାଚନ ପୂର୍ବରୁ ଅଶୋକଙ୍କର ଏହି ବଡ଼ ଘୋଷଣା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବରପାଲିରେ ଥିବା ଅଶୋକ ପାଣିଗ୍ରାହୀଙ୍କ ବାସଭବନରେ ଆଜି ଏକ ବୈଠକ ବସିଥିଲା । ଏଥିରେ ବିଜେଡିକୁ ସମର୍ଥନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ୨୦୧୮ ବିଜେପୁର ବିଧାନସଭା ଉପ ନିର୍ବାଚନରେ ଅଶୋକ ବିଜେପିରୁ ପ୍ରାର୍ଥୀ ହୋଇ ୬୦ ହଜାରରୁ ଅଧିକ ଭୋଟ ପାଇଥିଲେ । ହେଲେ ୧୯’ ନିର୍ବାଚନ ଓ ଏବେ ଉପ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ବିଜେପି ୟୁଜ୍ ଆଣ୍ଡ ଥ୍ରୋ ନୀତିରେ ଚାଲିଛି। ସବୁ କ୍ଷେତ୍ରରେ ଦଳ ତାଙ୍କୁ ଅଣଦେଖା ଅଭିଯୋଗ ଆଣି ବିଜେପିକୁ ବାଏ ବାଏ କରିଥିଲେ । କର୍ମୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଏହାପରେ ଆଜି ସେ ବିଜେଡିକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି ।