ଭଦ୍ରକ ଚାନ୍ଦବାଲିରେ ବିଜେପିର ମିଶ୍ରଣ ପର୍ବ, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସ୍ଥିତି ସୁଦୃଢ କରୁଛି ଦଳ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ନାନ୍ଦପୁର ପଞ୍ଚାୟତର କୋଇଲେଖାଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସ ଦଳ ଛାଡି ପାଖାପାଖି ୩୦ପରିବାର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ନାନ୍ଦପୁର ପଞ୍ଚାୟତର ବିଜେପି ନେତା ସ୍ବଦେଶ ପଣ୍ଡାଙ୍କ ନେତୃତ୍ଵରେ ବିଜେପିର ବରିଷ୍ଠ ନେତା ବଦ୍ରିନାରାୟଣ ଧଳ,କାହ୍ନୁ ଚରଣ ବେହେରା,କିଶୋର ନାୟକ ପ୍ରମୁଖ ଯୋଗଦେଇ ସାମିଲ ହୋଇଥିବା କର୍ମୀଙ୍କୁ ବିଜେପି ଟୋପି ଓ ଉତ୍ତରୀୟ ପ୍ରଦାନ କରି ବିଜେପିରେ ସାମିଲ କରିଥିଲେ। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ନାନ୍ଦପୁର ପଞ୍ଚାୟତର ଏହି ମିଶ୍ରଣ ପର୍ବ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବିଜେପି ନେତା ମତପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.