ଓଡ଼ିଶାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଲେ

ଭୁବନେଶ୍ୱରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିଛନ୍ତି ନଡ୍ଡା । ପୁରୀରେ ଅନୁଷ୍ଠିତ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇଛନ୍ତି। ନଡ୍ଡା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ନଡ଼ାଙ୍କୁ ବିଜେପି ଦଳ ତରଫରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ,କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସମେତ ଦଳର ବହୁ ବରିଷ୍ଠ ନେତା ପୁଷ୍ପ ଗୁଚ୍ଛ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିଥିଲେ ।
ପୁରୀରେ ଆରମ୍ଭ ହୋଇଥିଲା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି । ଜେପି ନଡ୍ଡା ଓଡ଼ିଶାର ମହାପୁରୁଷଙ୍କୁ ମନେ ପକାଇଛନ୍ତି । ଏହାସହ ଓଡ଼ିଶାରେ ବିଜେପି ସରକାର ଆଣିଥିବାରୁ ଦଳର ପ୍ରତିଟି କାର୍ଯ୍ୟକର୍ତ୍ତା ଓ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମହାପ୍ରଭୁଙ୍କ ଆଶୀର୍ବାଦରେ ଆମେ ଓଡ଼ିଶାବାସୀଙ୍କ ସେବା କରିବା ବୋଲି କହିଛନ୍ତି ନଡ୍ଡା ।ଆର୍ଥିକ ପ୍ୟାକେଜ ସହ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି ବିଜେପି । ସରକାର ବଦଳିବା ସହ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି, ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ବିକାଶରେ ବାଧା ଦେଉଥିଲେ ସରକାର, କିନ୍ତୁ ନୂଆ ସରକାର ବିକାଶକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

You might also like