ଆରମ୍ଭ ହେଲା ବିଜେପିର ନୂଆ କାର୍ଯ୍ୟକ୍ରମ “ମୋ ଘର ବିଜେପି ଘର”

ଭୁବନେଶ୍ବର(କେନ୍ୟୁଜ୍) : ବିଜେପିର ନୂଆ କାର୍ଯ୍ୟକ୍ରମ। ଆରମ୍ଭ ହେଲା ମୋ ଘର ବିଜେପି ଘର କାର୍ଯ୍ୟକ୍ରମ। ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରୁ ଯୋଜନାର ଆରମ୍ଭ କରାଯାଇଛି। ଫେବୃୟାରୀ ୧୨ରୁ କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଓଡ଼ିଶାରେ କେନ୍ଦ୍ର କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ନିଜ ଘର ସାମ୍ନାରେ ଏହି ପତାକା ଲଗାଇବେ। ମିଶନ ୧୨୦ରେ ପହଞ୍ଚାଇବା ପାଇଁ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।