ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଥମୁନି ରାଜନୀତି,ମନ୍ତ୍ରୀ ପ୍ରତାପ ଜେନାକୁ ବହିସ୍କାର ଦାବି କଲା ବିଜେପ

କଟକ(କେନ୍ୟୁଜ୍):  ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ଥମୁନି ରାଜନୀତି । ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଘଟଣାର ସମସ୍ତ ଦୋଷୀଙ୍କୁ ଗିରଫ ଦାବି କରିଛି ବିଜେପି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ହତ୍ୟାକାଣ୍ଡରେ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିସ୍କାର ଦାବି କରିଛି ବିଜେପି ।

ମାତାମଠ ନିକଟରୁ ଏକ ଶୋଭାଯାତ୍ରା ବାହାରିଥିଲା । ପୋଲିସ ଡିଜିଙ୍କ କାର୍ଯ୍ୟାଳୟକ ନିକଟରେ ପହଁଚିଥିଲା ଶୋଭାଯାତ୍ରା । କଟକ ଡିଜି କାର୍ଯ୍ୟାଳୟ ଘେରାଉ କରିଛି ଦଳ । ୧୫ ପ୍ଲାଟୁନ ଫୋର୍ସ ସହ ୩୦ରୁ ଅଧିକ ଅଫିସରଙ୍କୁ ନିୟୋଜିତ କରାଯାଇଛି ।.