ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ବଡ ପ୍ରସ୍ତୁତି। ଆଜି ବସୁଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ। ଆଜିର ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ରାଜ୍ୟ ସହପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର ସାମିଲ ହେବେ। ବୈଠକରେ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ।

ଏହାସହ ମମିତା ମେହେର , ମାହାଙ୍ଗା ଓ ପରୀ ହତ୍ୟାକାଣ୍ଡ ଘଟଣା ସଂପର୍କରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି । ଆଜିର ବୈଠକ ପୂର୍ବରୁ ଗତକାଲି ରାଜ୍ୟ ପଦାଧିକାରୀଙ୍କ ବୈଠକ ବସିଥିଲା। ଏଥିରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ଓ ଶିଶୁ ନିର୍ଯାତନା ବୃଦ୍ଧି, ସୀମା ବିଭାଗ ଏବଂ ବେରୋଜଗାର ସମସ୍ୟା ନେଇ ଆଲୋଚନା ହୋଇଥିଲା। ଦୁଇ ଦିନିଆ ବୈଠକରେ ଆଜି ରାଜନୈତିକ ପ୍ରସ୍ତାବ ଓ ଧନ୍ୟବାଦ ପ୍ରସ୍ତାବ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.