ଏକ ମାସ ପର୍ଯ୍ୟନ୍ତ କଣାସର ବନ୍ୟା ପ୍ରଭାବିତଙ୍କୁ ରିଲିଫି ସାମଗ୍ରୀ ଦିଆଯାଉ: SRCଙ୍କୁ ଭେଟି ଦାବି କଲେ ସମ୍ୱିତ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍): ପୁରୀ ଜିଲ୍ଲା ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରି ସାରିବା ପରେ ଆଜି ଲୋକ ସେବା ଭବନରେ SRCଙ୍କୁ ଭେଟିଲା ବିଜେପି ଟିମ।ସ୍ଥାନୀୟ ନେତାଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବିଭିନ୍ନ ଦାବି ନେଇ SRC ଙ୍କୁ ଜଣାଇଥିଲେ। ଦାବି ମାନକ ମଧ୍ୟରୁ ପ୍ରମୁଖ ଦାବି ହେଲା କଣାସ ବ୍ଲକକୁ ବନ୍ୟା ପ୍ରଭାବିତ ବୋଲି ଘୋଷିତ ହେଉ । ଏକ ମାସ ପର୍ଯ୍ୟନ୍ତ କଣାସ ର ବନ୍ୟା ପ୍ରଭାବିତଙ୍କୁ ପାଇଁ ରିଲିଫି ଓ ବନ୍ୟା ସାମଗ୍ରୀ ପ୍ରଦାନ କରାଯାଉ। କାହାକୁ ପାତର ଅନ୍ତର କରା ନ ଯାଉ ।

sambit patra2

କାମ ହେଉ ରାଜ ନୀତି ନ ହେଉ। ଏହା ହେଉଛି ମଣିଷ ତିଆରି ବନ୍ୟା। ଘାଇ ମରାମତି ହେଉ। କିଏ କରିବ ତାକୁ ନେଇ ରାଜନୀତି ନହେଉ। ଅତି ଶୀଘ୍ର ରାଜ୍ୟ ସରକାର DPR ପଠାନ୍ତୁ କେନ୍ଦ୍ର ସରକାର ସବୁ ସହାୟତା ଦେବେ। ବନ୍ୟା କୁ ରୋକିବା ପାଇଁ ସ୍ଥାୟୀ ପଦକ୍ଷେପ ନିଆଯାଉ।

Leave A Reply

Your email address will not be published.