ଅନସ୍ଥା ଭୋଟରେ ବିଜେଡ଼ି ବାଦ ପଡିଲା, ବିଜେପି ହାତକୁ ଗଲା ଢେଙ୍କାନାଳ ସଦର ବ୍ଲକ ଅଧକ୍ଷା ପଦ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ହାରିଛି ବିଜେଡି ।  ବିଜେପି କବଜାକୁ ଗଲା ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷ ପଦବୀ ।  ବିଜେଡି ସମର୍ଥୀତ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ହଟିଲେ ।  ବିଜେପି ସମର୍ଥିତ ପ୍ରାର୍ଥୀ ହେବେ ନୁତନ ବ୍ଲକ ଅଧ୍ୟକ୍ଷା । ମୋଟ ୬୨ ଖଣ୍ଡ ଭୋଟ ହୋଇଥିବା ବେଳେ ସେଥିରୁ ୪୪ ଖଣ୍ଡ ଭୋଟ ଅନାସ୍ଥା ସପକ୍ଷରେ ଓ ୧୭ ଖଣ୍ଡ ଭୋଟ ଅନାସ୍ଥା ବିପକ୍ଷରେ ଯାଇଥିଲା ।

ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ କାଇମାଟି ପଞ୍ଚାୟତର ସମିତିର ସଭ୍ୟ ମୃତ୍ୟୁ ହୋଇଛି । ପୂର୍ବରୁ ଗଂଦିଆ ବ୍ଲକର ଅଧ୍ୟକ୍ଷା ରିନାରାଣୀ ଖଟୁଆ ବିଜେଡିକୁ ବାଏ ବାଏ କରି ବିଜେପିରେ ମିଶି ସାରିଥିବା ବେଳେ ଏବେ ସଦର ବ୍ଲକ ଅଧକ୍ଷା ପଦ ବିଜେପି ହାତକୁ ଯାଇଛି ।  ବିଜେପି ପକ୍ଷରୁ କାହାକୁ ଅଧକ୍ଷା ପଦରେ ବସାଇବ ତାହା ସ୍ପଷ୍ଟ ହୋଇନାହିଁ ।

ଲୋକେ ବିଜେଡ଼ି ମୁହଁ ବୁଲାଇ ଦେଲେଣୀ ଏବେ ଜିଲ୍ଲାବେ ବିଜେପି ଦଳକୁ ଲୋକମାନେ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି  ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟରେ ବିଜେଡ଼ି ପୂର୍ବତନ ବିଧାୟକ ସୁଧିର କୁମାର ସାମଲ କହିଛନ୍ତି ଗୁଣ୍ଡା ଗର୍ଦ୍ଦି କରି ସମିତି ସଭ୍ୟ ସଭ୍ୟାମାନଙ୍କୁ ନିଜ ଗାଡ଼ିରେ ବୋହି ଆଣୁଛନ୍ତି  । ଏଭଳି ପରିସ୍ଥିରେ କଣ ଆମେ କରିପାରିବା ବୋଲି ସେ  ପ୍ରକାଶ କରିଛନ୍ତି ।

 

You might also like