କାର୍ଯ୍ଯରତ ମହିଳା ପୋଲିସଙ୍କୁ ମାଡ ମାରିଲେ ବିଜେପି କର୍ମୀ

ବଡମ୍ବା : ବଡମ୍ବାରେ ବିଜେପି କର୍ମୀ ଏବଂ ପୋଲସ୍ ମୁହାଁମୁହିଁ । କାର୍ଯ୍ଯରତ ମହିଳା ପୋଲିସଙ୍କୁ ମାଡ ମାରିଲେ ମହିଳା କର୍ମୀ । ଯାହାକୁ ନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାଟି ଘଟିଥିଲା ବଡମ୍ବା ବ୍ଲକ୍ ଅଫିସ୍ ଘେରାଉ ସମୟରେ ।
ବଡମ୍ବା ବ୍ଲକ୍ ଅଫିସ୍ ଘେରାଉ କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା ଆଠଗଡ ବିଜେପି । ବଡମ୍ବା ହାଟ ପଡିଆଠାରୁ ବ୍ଲକ କାର୍ଯ୍ଯାଳୟ ପର୍ଯ୍ଯନ୍ତ ଯାଇଥିଲା ଏହି ଶୋଭାଯାତ୍ରା । ବିଜେପିର ଏହି କାର୍ଯ୍ଯକ୍ରମ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଜଣ ଅଫିସର ମୁତୟନ ହୋଇଥିଲେ । ତେବେ ଏହି ସମୟରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏହାରି ମଧ୍ୟରେ ମହିଳା ପୋଲିସ ଅଫିସରଙ୍କ ଉପରକୁ ହାତ ଉଠାଇଥିଲେ ଜଣେ ମହିଳା ବିଜେପି କର୍ମୀ ।