୨ଦିନ ଧରି ଚାଲିବ ବିଜେପିର କୋର୍‌ କମିଟି ବୈଠକ, ୨୦୨୪ ରୋଡମ୍ୟାପ ପ୍ରସ୍ତୁତି ପାଇଁ ଚାଲିଛି ପ୍ରୟାସ

ଭୁବନେଶ୍ବର(କେନ୍ୟୁଜ୍):  ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ରୋଡମ୍ୟାପ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜିଠାରୁ ଆରମ୍ଭ ହୋଇଛି ୨ ଦିନିଆ କୋର୍‌ କମିଟି ବୈଠକ। ଦଳ ଆଗକୁ ବଢିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ଗତ ନିର୍ବାଚନ ତଥା ପଂଚାୟତ ଓ ପୌରରେ ଦଳର ପରାଜୟ ନେଇ ଆଲୋଚନା ହୋଇଛି। ଜିଲ୍ଲାବାରୀ ତ୍ରୁଟିକୁ ସୁଧାରିବାକୁ ଗୁରୁତ୍ୱ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ଥରରେ ରିଭ୍ୟୁ ଚାଲିଛି । ଏପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ରଣକୈଶଳ ପ୍ରସ୍ତୁତ ଉପରେ ବି ଗୁରୁତ୍ୱ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.