କଂଗ୍ରେସକୁ କଳା କରିବାକୁ ବିଜେପିର ଆଉ ଏକ ପ୍ରୟାସ : ଲୋକଙ୍କୁ ମୋଦି ମନେ ପକାଇଦେଲେ ୧୯୭୫ର ଜରୁରିକାଳୀନ କଥା

narendra modiମୁମ୍ବାଇ : କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଏମର୍ଜେନ୍‌ସି ଦେଶର ଇତିହାସରେ ଏକ କଳା ସମୟ । ଏବିଷୟରେ ଯୁବ ପିଢ଼ିଙ୍କର ଜ୍ଞାନ ନାହିଁ । ଏହା ସେମାନେ ଜାଣିବା ଆବଶ୍ୟକ । ଶାସନର ଲାଳସା, ପରିବାର ଭକ୍ତିର ପାଗଳାମି ଓ ଦେଶ ପାଇଁ ବଡ଼ବଡ଼ କଥା କହୁଥିବା ଲୋକ ଦେଶକୁ ଏକ ପାଗଳାଖାନା କରିଦେଇଥିଲେ । ଜରୁରିକାଳୀନ ପରିସ୍ଥିତି ସମୟରେ ବରିଷ୍ଠ ରାଜନେତାକୁ ଜେଲ ପଠାଯାଉଥିଲା ।

ଏପଟେ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବୁଦ୍ଧିଜୀବୀ ସମ୍ମିଳନୀ କରି ଜନଜାଗରଣ ସୃଷ୍ଟି କରିଛନ୍ତି । ସେହିପରି ଏକ ସାମ୍ବାଦିକ ସମ୍ମିଳନୀରେ ସୃତି କହିଛନ୍ତି, ୧୯୭୫ର ଏହି କଳା ଅଧ୍ୟାୟ ଇତିହାସ ହୋଇ ରହିଯାଇଛି । ଇତିହାସକୁ ଭୁଲିଗଲେ ଏହାର ପୁନରାବୃତ୍ତି ହୋଇଯିବ । ଓଡ଼ିିଶାର ୯୦୦ଜଣ ସତ୍ୟାଗ୍ରହୀ ଓ ୩୦୦ଜଣ ଜେଲ୍‌ ଯାଇଥିଲେ । ସେମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ରବି ରାୟ, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଥିଲେ ।

ସେପଟେ ବିଜେପିର କଳାଦିବସକୁ କଂଗ୍ରେସ ବିରୋଧ କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପି ପାଖରେ କିଛି ପ୍ରସଂଗ ନାହିଁ । ନୋଟ୍‌ବନ୍ଦୀଠାରୁ ଆରମ୍ଭ କରି ବିଭିନ୍ନ ମଥ୍ୟା ପ୍ରତିଶ୍ରୁତି ଦେଇ ଜନସାଧାରଣକୁ ବିଜେପି ସରକାର ହଇରାଣ କରୁଛି ।

ଜରୁରିକାଳୀନ ପରିସ୍ଥିତି ଜାରିର ଦିନକୁ ବିଜେପି ସାରାଦେଶରେ କଳାଦିବସ ଭାବେ ପାଳନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.