ବାଲେଶ୍ବରର ଗୁଡୁଦା ପାଟଣା ଗାଁ : ଏଠାରେ ପ୍ରତି ଘର ଆଗରେ ଥୁଆ ହୋଇଥାଏ କଳା ଘୋଡା, ଜାଣନ୍ତୁ କାହିଁକି?

ବାଲେଶ୍ବର: କଳା ବିନା କାରୀଗର ଆଉ କାରୀଗର ବିନା କଳା ଅସମ୍ଭବ । ଆମ ରାଜ୍ଯ ଓଡିଶା ଯାହା ନିଜର କଳା, ସଂସ୍କ୍ରୁତି ଆଉ ପରମ୍ପରା ପାଇଁ ବେଶ୍ ପରିଚିତ। ରାଜ୍ଯର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳେ ଭିନ୍ନ ଭିନ୍ନ କଳା ଓ କାରୁକାର୍ଯ୍ଯ । ଏଥି ମଧ୍ଯରୁ ବାଲେଶ୍ବର ଜିଲ୍ଲା ଅନ୍ଯତ୍ତମ। ଜିଲ୍ଲାରେ ରହିଛି ଗୁଡୁଦା ପାଟଣା ଗାଁ । ଯାହାକୁ କୁହାଯାଏ କଳା ଘୋଡାର ଗାଁ।

black horseରେମୁଣା ବ୍ଲକର ଗୁଡୁଦା ପଞ୍ଚାୟତରେ ଅବସ୍ଥିତ ଏହି ଗାଁ ବାଲେଶ୍ବର ସଦର ମହକୁମା ଠାରୁ ମାତ୍ର ୧୨ କିଲୋମିଟର । ଗାଁ କୁ ଗଲେ ଦେଖିବେ, ପ୍ରତି ଘର ଆଗରେ ଥୁଆ ହୋଇଥାଏ କଳା ଘୋଡା । ଏହି ଗାଁରେ ରୁହନ୍ତି ପାଖାପାଖି ୭୦ କୁମ୍ଭ କାର ପରିବାର । ଯାହାଙ୍କ ମୁଖ୍ଯ ବୃତ୍ତି ହେଲା ମାଟିରେ ତିଆରି ପାତ୍ର କରିବା ଆଉ ସ୍ବ‌ତନ୍ତ୍ର ଭାବେ ଏହି କଳା ଘୋଡା ତିଆରି କରିବା । ଯାହାକୁ ଏଠିକାର କୁମ୍ଭକାର ମାନେ ତିଆରି କରନ୍ତି ନିଖୁଣତାର ସହ ।

ମାଟିରେ ହାଣ୍ଡି ତିଆରି କରିଲା ଭଳି ମାଟିକୁ ପାଗ କରି ଚକଟି ପୁଣି ତାକୁ କୁମ୍ଭାର ଚକ ସାହାର୍ଯ୍ଯରେ ତିଆରି କରାଯାଏ। ଏହି କଳା ଘୋଡା ଟେରା କୋଟାର ଏକ ଅଂଶବିଶେଷ । ହେଲେ ଏଠାକାର କୁମ୍ଭାକାର ମାନେ ଯେଉଁ ସୁନ୍ଦର ସୁନ୍ଦର କଳା ଘୋଡା ତିଆରି କରନ୍ତି ତାହା କେବଳ ବିଭିନ୍ନ ଜାନି, ଯାତରାରେ ମାନସିକ ଧାରି ମାନେ ଏହାକୁ ନେଇ ମାନସିକ ପୂରଣ ପାଇଁ ପୂଜା କରନ୍ତି । ତଥାପି ଟେରା କୋଟା ଭଳି ବାଲେଶ୍ବରରେ ତିଆରି କଳା ଘୋଡ଼ା ର ବେସ୍‌ ଆଦୃତ ହୋଇପାରିନାହିଁ । କାହିଁକି ନା ଏହି ସ୍ବତନ୍ତ୍ର କଳା କୁ ପ୍ରାଧାନ୍ଯ ଦିଆଯାଇନଥିବାବେଳେ ଏହାର ପ୍ରଚାର ଓ ପ୍ରସାର ର ବେଶ୍‌ ଅଭାବ ରହିଛି।

kumbhara familyତେବେ ବର୍ତ୍ତମାନ ଏହି ଗାଁ କଳା ଘୋଡାର ଗାଁ ଭବେ ପରିଚିତ ହୋଇଛି। ଗାଁ କୁ ବାଲେଶ୍ବର ଜିଲ୍ଲା ପ୍ରଶାସନ ୨୦୧୯ ରେ ପୋଷ୍ଯ କଳା ଗ୍ରାମର ମାନ୍ଯତା ଦେଇଛି । ତଥାପି ମାନ୍ଯତା ପରେ ଏହି ଗାଁ କେବଳ ଘୋଷଣାରେ ସୀମିତ ରହିଯାଇଥିବା ବେଳେ ସ୍ଥାନୀୟ କଳାର ପ୍ରଚାର ପ୍ରସାର ସେଭଳି ଆଖିଦୃଶିଆ ହୋଇପାରିନାହିଁ । ଯେଉଁଠି ଟେରାକୋଟା କାରିଗର ଟିଏ ସମାନ ପରିଶ୍ରମ କରି ନିଜ ପାରିଶ୍ରମିକ ଅନୁସାରେ ଦ୍ବିଗୁଣିତ ଲାଭ କରିପାରୁଛନ୍ତି, ସେଇଠି ଏହି କୁମ୍ଭ କାର ପରିବାର ନିଜ କୌଳିକ ବୃତ୍ତି ବଞ୍ଚାଇବା ଛଡ଼ା ଅଧିକ ଲାଭ ନ ପାଇଁ ବରଂ ଅର୍ଥାଭାବ ରୁ ନିରୁତ୍ସାହିତ ହୋଇଛି ।

kumbharaଅନ୍ଯପଟେ କରୋନା ସମୟରେ ସମସ୍ତ ଜାନି ଯାତରା ବନ୍ଦ ହୋଇଯାଇଥିବା ବେଳେ ସାରା ଗାଁରେ ଥିବା ଏକାଧିକ ପରିବାର ଏବେ ନିଜର ରୋଜଗାର ହରାଇଛନ୍ତି । ତେବେ ଏହି କଳାକୁ ବଞ୍ଚାଇବା ପାଇଁ ଉନ୍ନତ ଜ୍ଞାନ କୌଶଳ ସହ କାରୀଗରଙ୍କ ପାଇଁ ଉପଯୁକ୍ତ ତାଲିମ ଓ ବଜାର ସୃଷ୍ଟି କରାଗଲା ଏହି ବୁଡି ଯାଉଥିବା କଳା ପୁଣି ଜୀବନ୍ତ ହୋଇ ପାରନ୍ତା ।

ବାଲେଶ୍ବରରୁ ଆଶୁତୋଷ ମଲ୍ଲିକଙ୍କ ରିପୋର୍ଟ, କେନ୍ଯୁଜ୍

Leave A Reply

Your email address will not be published.