ସୁନ୍ଦରଗଡ଼ରେ ପୁଣି କଳା ଚିତା ବାଘ ଆତଙ୍କ, ଟ୍ରାପ କ୍ୟାମେରା ଆସିଲା ଫୁଟେଜ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ପୁଣି କଳା ଚିତା ବାଘ ଆତଙ୍କ । ଟ୍ରାପ କ୍ୟାମେରାରେ କଏଦ ହେଲା କଳା ଚିତା ବାଘ ଚିତ୍ର । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ସେକ୍ସନ ଜଙ୍ଗଲରେ ଠାବ ହୋଇଛି ଏହି ବାଘ । ତିନି ମାସ ପୂର୍ବରୁ ଓଡ଼ିଶା ସରକାରଙ୍କ ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଟିମ୍ ଆସି ହେମଗିରି ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କେମେରା ଲଗାଇଥିଲେ । ଆଜି ଟ୍ରାପ କ୍ୟାମେରା ଫୁଟେଜ ଯାଞ୍ଚ ବେଳେ କଳା ଚିତା ବାଘ ଉପସ୍ଥିତି ଜଣାପଡ଼ିଛି ବୋଲି ସୂଚନା ଦେଇଛନ୍ତି ଡିଏଫଓ ପ୍ରଦୀପ ମିରାସେ ।