ଗୁଣି ଗାରେଡି ସନ୍ଦେହ, ୭୦ ବର୍ଷୀୟା ବୃଦ୍ଧାଙ୍କୁ ଛୁରାମାଡ

ରାୟଗଡା: ଗୁଣି ଗାରେଡି ସନ୍ଦେହରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଛୁରାମାଡ କରାଯାଇଛି । ଏଭଳି ଅଭାବନୀୟ ଘଟଣା ରାୟଗଡା ଟାଉନ୍ ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ଦେଖିବାକୁ ମିଳିଛି । ଆହାତ ବୃଦ୍ଧା ଖାଲିମଣି ଜାନୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୃଦ୍ଧାଙ୍କ ପେଟର ଡାହାଣ ପାଖରେ ଛୁରାରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

ଗତକାଲି ରାତି ୧୦ ଟା ସମୟରେ ବାଲୁ ଝୋଡିଆ ଓ ବେଜୁ ଜାନି ମିଶି ବୃଦ୍ଧା ଖାଲିମଣିକୁ ଘରୁ ବାହାରକୁ ଡାକିବା ସହ ପେଲା ଠେଲା କରିଥିଲେ। ପରେ ଏକ ଧାରୁଆ ଛୁରୀରେ ଖଲିମଣିକୁ ଆକ୍ରମଣ କରି ମାଡ ମାରିବା ସହ ପାଖ ନଦୀପଠାରେ ଫିଙ୍ଗି ଦେଇଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ଖବର ପାଇ ପରିବାର ଲୋକଙ୍କୁ ଜଣାଇବା ପରେ ବୃଦ୍ଧିକୁ ଉଦ୍ଧାର କରାଯାଇଥିଲା ।

ଗତ କିଛି ମାସ ତଳେ ଅଭିଯୁକ୍ତ ବାଲୁ ଝୋଡିଆର ବୋହୁ ଓ ନାତି ଅସୁସ୍ଥତା ଯୋଗୁଁ ମୃତ୍ଯୁବରଣ କରିଥିଲେ। ତେବେ ଉକ୍ତ ଘଟଣାକୁ କେନ୍ଦ୍ରକରି କାଲିମଣି ଗୁଣିଆ କରି ମାରିଥିବା ନେଇ ବାଲୁ ପୂର୍ବରୁ ଝଗଡ଼ା କରିଥିଲା । ଏବଂ ଦିନେ ତାଙ୍କୁ ନିସ୍ତୁକ ମାଡ ମଧ୍ଯ ମାରିଥିଲେ । ତେବେ ଗତକାଲି ରାତିରେ ବୃଦ୍ଧା କଲିମଣୀକୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ  । ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ଘଟଣା ନେଇ ଟାଉନ୍ ଥାନା ପୋଲିସ ମେଡିକାଲରେ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

Also Read : ଗଞ୍ଜାମରେ ବୀଭତ୍ସ ହତ୍ୟାକାଣ୍ଡ: ପୋଖରୀ ହୁଡ଼ାରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

You might also like