ପୁଣି କଳା ପଲସର ଆତଙ୍କ: ଚଳନ୍ତା ସ୍କୁଟିରୁ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଚଳନ୍ତା ସ୍କୁଟିରୁ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେଲେ ଦୁର୍ବୃତ୍ତ । ନୟାପଲ୍ଲୀ ଥାନା ଷ୍ଟିଓ୍ଵାର୍ଟ ସ୍କୁଲ୍‌ ନିକଟରେ ଏହି ଲୁଟ୍‌ ହୋଇଛି। ସ୍ୱପ୍ନା ନିଶାଙ୍କ ନାମକ ଜଣେ ମହିଳା ଝିଅକୁ ସ୍କୁଲ୍‌ରେ ଛାଡି ଘରକୁ ଫେରୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ପଛରୁ ଆସି ସୁନାଚେନ୍‌ ଝାମ୍ପିନେଇଥିଲେ ।

ଫଳରେ ସ୍କୁଟିରୁ ପଡି ମହିଳାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତ ଲାଗିଛି । କିଛି ସ୍ଥାନୀୟ ବାସିନ୍ଦା ଲୁଟେରାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଚମ୍ପଟ ମାରିଥିଲେ। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ୍‌ ।

Leave A Reply

Your email address will not be published.