କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର ମୃଗଙ୍କ ବଂଶ ବୃଦ୍ଧି ନିମନ୍ତେ ପରୀକ୍ଷାମୂଳକ ଭାବେ ପ୍ରାଥମିକ ସ୍ଥରରେ କୋଣାର୍କ ବାଲୁଖଣ୍ଡ ବନାଞ୍ଚଳକୁ ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗଳ ବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ୱର ନନ୍ଦନକାନନରୁ ଆସି ପହଁଚିଥିଲେ ୬ ଗୋଟି ମାଈ ସମେତ ୧୦ ଟି ବିରଳ କୃଷ୍ଣସାର ମୃଗ ।

କୋଣାର୍କ ବନବିଭାଗ ଅଧିକାରୀ ସୁଦର୍ଶନ ଦେଉରୀଙ୍କ ତତ୍ୱାବଧାନରେ କୋଣାର୍କ-କାକଟପୁର ରାସ୍ତା ଠାରୁ ୩ କିମି ଦୂରରେ ପ୍ରସ୍ତାବିତ ଜଙ୍ଗଲ ନିକଟରେ ଏହି ମୃଗ ଗୁଡିକୁ ଏକ ସ୍ୱତନ୍ତ୍ର ପିଞ୍ଜରାରେ ରାତିସାରା ରଖାଯାଇଥିଲା । ବୁଧବାର ସଖାଳୁ ବନାଧିକାରୀ ସୁଦର୍ଶନ ଦେଉରୀ, ବନାଧିକାରୀ କୈଳାଶ ଚନ୍ଦ୍ର ନାୟକ,ଏଲିନା ପ୍ରିୟଦର୍ଶନୀଙ୍କ ସମେତ ବନବିଭାଗର ୧୦ ଉର୍ଦ୍ଧ କର୍ମଚରୀଙ୍କ ଉପସ୍ଥିତିରେ ପ୍ରସ୍ତାବିତ ସ୍ଥାନରେ ଛଡ଼ାଯାଇଥିଲା ।

ଏହି କୃଷ୍ଣସାରଙ୍କ ଆନୁମାନିକ ବୟସ ୨/୩ ବର୍ଷ ହେବା ସହ ଏମାନଙ୍କର ଓଜନ ୫୦/୬୦ କେଜି ରହିଥିବା ଜଣାପଡ଼ିଛି । ଦୀର୍ଘ ୧୨ ବର୍ଷ ପରେ ବନବିଭାଗର ପ୍ରଚେଷ୍ଠା ଫଳରେ କୃଷ୍ଣ ସାର ମୃଗଙ୍କ ପସନ୍ଦ ଯୋଗ୍ୟ ପରିବେଶ ଉପଯୋଗୀ କୋଣାର୍କ ଅଭୟାରଣ୍ୟର ପ୍ରାକୃତିକ ବିଭବକୁ ପୁଣି ଫେରି ପାରିଛନ୍ତି ଏହି ବିରଳ କୃଷ୍ଣସାର ମୃଗ ।

କୋଣାର୍କ କାକଟପୁର ମୁଖ୍ୟରାସ୍ତା ଆଦର୍ଶ ବିଦ୍ୟାଳୟ ସମ୍ମୁଖ ଜଙ୍ଗଲ ର ପ୍ରାୟ ୩ କିମି ରୁ ଉର୍ଦ୍ଧ୍ବ କୁରୁଜଙ୍ଗ ପଂଚାୟତ ଅଧିନ’ ଖଣ୍ଡିଆ ନଈ’ ନିକଟ ଅଭୟାରଣ୍ୟ ମଧ୍ୟରେ ଥିବା ୧୦ ଏକର ପରିମିତ ଜାଗାରେ ଏକ ସ୍ବତନ୍ତ୍ର ସୁରକ୍ଷା ପ୍ରାଚେରୀ ଦ୍ୱାରା ଆବଦ୍ଧ ସ୍ଥାନ ରେ ଏହି ବିରଳ କୃଷ୍ଣସାର ମୃଗଙ୍କ ନିମନ୍ତେ କୋଣାର୍କ ବନବିଭାଗ ପକ୍ଷରୁ ସେମାନଙ୍କ ନିତ୍ୟ ପ୍ରାକୃତିକ ଖାଦ୍ୟ ନିମନ୍ତେ ୪ପ୍ରକାରର ପସନ୍ଦ ଯୋଗ୍ୟ ଘାସ ଲଗାଯାଇଥିବା ଏକ ସ୍ୱତନ୍ତ୍ର ଭାବେ ଘାସ ପଡିଆ ପ୍ରସ୍ତୁତି କରାଯାଇଥିବା ସହ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରାଯାଇଥିବା ସ୍ଥାନ ରେ ଆଜି ସମସ୍ତ ପ୍ରସ୍ତୁତି ଅନୁଯାୟୀ ଛଡ଼ାଯାଇଛି ସୁସ୍ଥ ଥିବା ଏହି ୧୦ ଗୋଟି ମୃଗ ଅତି ସୁନ୍ଦର ଭାବେ ଘାସ ବଗିଚାରେ ଡିଆଁ ମାରି ଖୁବ ଖେଳିବା ସହିତ ବୁଲି କଅଁଳ ଘାସ ଖାଉଥିବା ମନୋରମ ଦୃଶ୍ୟ ମନକୁ ଛୁଇଁଯାଉଥିଲା।

 

 

Leave A Reply

Your email address will not be published.