ଡରାଇ ଧମକାଇ ଅଶ୍ଳୀଳ ଫଟୋ ଦେଖାଇ ଲୁଟୁଛନ୍ତି ସାଇବର ଲୁଟେରା

ଉମରକୋଟ (କେନ୍ୟୁଜ୍‌) : ଏବେ ପୂରା ଦମ୍‌ରେ ମାତିଛନ୍ତି ସାଇବର ଲୁଟେରା । କେତେ କେତେ କୌଶଳ କରି ଆପଣଙ୍କୁ ଚକମା ଦେଇ ଅନଲାଇନ୍‌ରେ ଲୁଟି ନେଉଛନ୍ତି ଟଙ୍କା । କେବେ ଆପଣଙ୍କ ଫେସ୍‌ବୁକ୍‌ କି ଇନଷ୍ଟାଗ୍ରାମ୍‌କୁ ହ୍ୟାକ୍‌ କରୁଛନ୍ତି ତ ଆଉ କେବେ ଆପଣଙ୍କ ଫଟୋ ଲଗାଇ ଅନ୍ୟମାନଙ୍କ ନିକଟରୁ ପଇସା ମାଗୁଛନ୍ତି । ଖାଲି ସେତିକି ନୁହେଁ, ଆପଣଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟ୍‌ କରି ଆପଣଙ୍କୁ ବ୍ଲାକ୍‌ମେଲ୍‌ କରିବାର ବାଟ ବି ଖୋଜି ନେଇଛନ୍ତି ଏମାନେ । ତେଣୁ ପ୍ରତ୍ୟେକ ଫୋନ୍‌ କଲ୍‌ ଅବା ହ୍ଵାଟସଆପ୍‌ କଲ୍‌କୁ ନେଇ ସାବଧାନ ରହିବା ଜରୁରୀ । ନଚେତ ସାମାନ୍ୟ ଭୁଲ କଲେ ସାଇବର ଅପରାଧୀଙ୍କ ଜାଲରେ ଆପଣ ଫସି ଯାଇ ପାରନ୍ତି ।

ଏବେ ଏମିତି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ଗାଁରେ। ଫସିଛନ୍ତି ଜଣେ ନିରୀହ ଯୁବକ । ଦୁଇ ଦିନ ତଳେ ଧୋଡ୍ରା ଗାଁର ହର୍କେସ ୟାଦବ ନାମକ ଜଣେ ଯୁବକଙ୍କ ନିକଟକୁ ଅଜଣା ୱାଟସଅପ୍ ନମ୍ବରରୁ ଭଏସ କଲ ଆସିଥିଲା। ହର୍କେସ କଲ୍ ରିସିଭ୍ କରିବାରୁ କଲ୍ କରିଥିବା ଯୁବକ ଜଣକ ତାଙ୍କୁ ଏମିତି କିଛି କହିଲେ ଯେଉଁଥିରେ ତାଙ୍କର ମୁଣ୍ଡ ଘୂରାଇଗଲା । ସେ ଡରିଗଲେ । ଫୋନ୍‌ କରିଥିବା ଲୋକଟି କହିଲା, ଆମ ପାଖରେ ତୁମର ଫୋଟ, ପାନ କାର୍ଡ, ଆଧାର କାର୍ଡ ଓ ତୁମ ମୋବାଇଲ୍‌୍‌ରେ ଥିବା ସବୁ ନମ୍ବର ଅଛି। ତୁରନ୍ତ ୫ ହଜାର ଟଂକା ଦିଅ ନଚେତ ଏସବୁ ଡିଲିଟ କରିଦେବୁ । ପୁଣି ଧମକ ଦେଲେ ତୁମର ଉଲଗ୍ନ ଫୋଟକୁ ଭାଇରାଲ କରିଦେବୁ । ଏପରିକି କି ବ୍ୟକ୍ତି ଜଣକ ବିଭିନ୍ନ ନମ୍ବରରୁ ହର୍କେଶଙ୍କୁ ଫୋନ କରି ଟଙ୍କା ମାଗିଲା। କିନ୍ତୁ ହର୍କେସ୍ ଟଙ୍କା ନଦେବାରୁ ଯୁବକ ଜଣକ ତାଙ୍କ ମୋବାଇଲ୍‌୍‌ରେ ଯେତେ ଫୋନ ନମ୍ବର ଓ ୱାଟସ ଆପ୍‌ ନମ୍ବର୍ ଥିଲା ସମସ୍ତଙ୍କ ନିକଟକୁ ହର୍କେସ ଙ୍କ ଚେହେରା କୁ ଏଡିଟିଙ୍ଗ କରି ଏକ ଉଲଗ୍ନ ଫୋଟ ସହ ଯୋଡ଼ି ଦେଇ ବିଭିନ୍ନ ୱାଟତ୍ସାପ୍ ନମ୍ବରକୁ ପଠାଇଦେବା ସହ ସବୁ ଲୋକଙ୍କୁ ହର୍କେସଙ୍କ ଅଶ୍ଳୀଳ ଫଟୋ ପଠାଇଦେଲା । ତା ସହ ଲେଖିଦେଲ। କି ଆମ ଠୁ ଏ ଲୋକ ଟଙ୍କା ଧାର ନେଇ ଆଉ ଫେରାଉନି । ଟଙ୍କା ଧାର ନେବା ବେଳେ ଆମକୁ ତୁମର ରେଫରେନ୍ସ ମୋବାଇଲ ନମ୍ବର ଦେଇଛି ତେଣୁ ତୁମେ ଆମକୁ ଟଙ୍କା ଦିଅ । ଏଭଳି କହି କାହାକୁ ହଜାରେ ତ ଆଉ କାହାକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗିବା ଆରମ୍ଭ କରିଥିଲା।

ଏମିତିକି ଯେଉଁ ବ୍ୟକ୍ତିର ହ୍ଵାଟସଆପ୍‌ ନମ୍ବର୍ ନାହିଁ ସେମାନଙ୍କୁ ମଧ୍ୟ ଫୋନ୍‌ରେ ଧମକ ଚମକ ଦେବା ସହ ଟଙ୍କା ମାଗିଥିଲା। ଏପରି କି ସାଇବର ଠକ ଜଣକ ହରକେସ୍‌ଙ୍କ ପରିବାର ଲୋକଙ୍କୁ ନଗ୍ନ ଫୋଟ ପଠାଇଥିବା ହର୍କେଶ କହିଛନ୍ତି। ଶେଷରେ ହର୍କେଶ୍ ନିରୁପାୟ ହେଇ ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଆଉ ଥାନା ଆଇଆଇସି ଦୀପକ କୁମାର ଜେନା ଘଟଣାର ତଦନ୍ତ କରୁଛନ୍ତି । ତାଙ୍କୁ ଫୋନ ଆସୁଥିବା ସମସ୍ତ ନମ୍ବର ସାଇବର ସେଲ୍‌୍‌କୁ ପଠା ଯାଇଛି ବୋଲି କହିଛନ୍ତି ଉମରକୋଟ ଏସ.ଡି.ପି.ଓ ଶୁଭେନ୍ଦୁ ଶବର l

ତେଣୁ ସାବଧାନ ରୁହନ୍ତୁ । କୌଣସି ବି ଅଜଣା କଲ୍‌ କିମ୍ବା ମିଛରେ ବ୍ୟାଙ୍କ ଅଥବା ଅନ୍ୟ ସଂସ୍ଥା ନାଁରେ ଆସୁଥିବା କଲ୍‌୍‌କୁ ଭଲ ଭାବେ ଯାଞ୍ଚ କରନ୍ତୁ । କାରଣ ଟିକିଏ ଭୁଲ ହେଲେ ଆପଣ ଫସି ଯିବେ । ଏଭଳି କିଛି ଘଟିଲେ କଥାକୁ ନଲୁଚାଇ ତୁରନ୍ତ ପୋଲିସ୍‌ ଥାନା ଓ ସାଇବର ସେଲ୍‌୍‌ରେ ଅଭିଯୋଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.