ନବରଙ୍ଗପୁର : ଅଶ୍ଳୀଳ ଭିଡିଓ ପଠାଇ ଟଙ୍କା ଦାବି କଲେ ଯୁବତୀ, ଉପସ୍ଥିତି ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ବର୍ତ୍ତିଲେ ସାମ୍ବାଦିକ

ନବରଙ୍ଗପୁର (କେନ୍ୟୁଜ୍‌ ) : ପ୍ରଥମେ ଯୁବତୀଙ୍କ ତରଫରୁ ହ୍ଵାଟ୍ସଆପ୍‌ରେ ଆସିଲା ମସେଜ ଚାଟିଂ । ସୁନ୍ଦରୀ ଯୁବତୀଙ୍କ ଫଟୋ । ନାଁ ବି ଲେଖା ହୋଇଛି । ଚାଟିଂରେ ଯଦି ଆପଣ ସାମିଲ ହେଲେ ତେବେ ସେ ପ୍ରଥମେ ବିଶ୍ୱାସ ଜନ୍ମାଇବ । ପରେ ଭିଡିଓ କଲିଂ କରିବ । ଆଉ ଏଥିରେ ଆସିବ ଯୁବତୀଙ୍କ ନଗ୍ନ ଛବି । ଯଦି ଏ ଗୋଲକ ଧନ୍ଦାରେ ଆପଣ ପଡ଼ିଗଲେ ତାପରେ ସେପଟୁ ସ୍କ୍ରିନ ସଟ୍‌ ନେଇ ବ୍ଲାକମେଲ୍‌ ଆରମ୍ଭ କରିଦେବ ଯୁବତୀ ଜଣକ । ଟଙ୍କା ଦିଅ ନହେଲେ ଏହି ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ୍‌ କରି ଦେବି । ପୂରା ବଦନାମ କରିଦେବି । କିଛି ଏଭଳି ଢଙ୍ଗରେ ବ୍ଲାକମେଲ୍‌ କରି ବିଭିନ୍ନ ବ୍ୟକ୍ତିଙ୍କୁ ସାଇବର ଠକ ଲୁଟୁଛନ୍ତି । ତେବେ ଏଭଳି ଏକ ଘଟଣା ନବରଙ୍ଗପୁରରେ ଘଟିଛି । ଯେଉଁଠି ଜଣେ ସଚେତନ ବ୍ୟକ୍ତି ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଠକାମୀରୁ ବର୍ତ୍ତି ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ଠକାମୀରୁ ରକ୍ଷା ପାଇଯାଇଛନ୍ତି। ଭିଡିଓ କଲିଂ ସମୟରେ ସ୍କ୍ରିନ୍‌ରେ ନିଜ ମୁହଁକୁ ଲୁଚାଇ ଦେଇଥିଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସଞ୍ଜୟ ପାଢ଼ୀ

ସଞ୍ଜୟ ଜଣେ ପେସାଦାର ସାମ୍ବାଦିକ । ତାଙ୍କ ମୋବାଇଲ୍‌ ହ୍ୱାଟସ୍‌ଆପରେ ରିୟା ଶର୍ମା ନାମରେ ଜଣେ ଯୁବତୀଙ୍କ ମେସେଜ ଆସିଥିଲା । ମେସେଜ୍‌ରେ ପ୍ରଥମେ ହାଏ ହାଲୋ ଲେଖାଯିବା ପରେ ଭିଡିଓ କଲିଙ୍ଗ କରି ଅଶ୍ଳୀଳ ଭିଡିଓ ଦେଖାଇଥିଲେ । କିନ୍ତୁ ସଞ୍ଜୟ ମୋବାଇଲ୍‌୍‌ରେ ନିଜ ମୁଁହକୁ ଦୂରରେ ରଖିଥିବାରୁ ସାଇବର ଠକ ଜଣଙ୍କ ସଞ୍ଜୟଙ୍କ ମୁହଁ କ୍ୟାପଚର କରି ପାରି ନଥିଲା । ଏହାପରେ ବାରମ୍ବାର ମେସେଜ ଦେଇ ମୋବାଇଲ ସମ୍ମୁଖକୁ ଆସିବାକୁ ସାଇବର ଠକ୍ ଜଣକ କହିଥିଲା । ସଞ୍ଜୟ ସଂଯମତା ରକ୍ଷା କରି ମୋବାଇଲ ସମ୍ମୁଖରେ ନିଜ ମୁଁହ ଦେଖାଇ ନଥିଲେ । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ । ବର୍ତ୍ତମାନ ଯୁବ ପିଢ଼ି ଏଭଳି ଅନେକ ଭୁଲ କରି ଠକି ହେଉଛନ୍ତି । ଏବେ ଅନେକ ଲୋକଙ୍କୁ ଏଭଳି ମେସେଜ ଆସୁଥିବାରୁ ସମସ୍ତେ ସତର୍କ ରୁହନ୍ତୁ ।

Leave A Reply

Your email address will not be published.