କଳାପଥର ଖାଦାନ ଅଘଟଣ ମାମଲା: ପଥର ତଳୁ ଠାବ ହେଲା ମେସିନ, କିନ୍ତୁ ମିଳୁ ନାହିଁ ଶ୍ରମିକଙ୍କ ପତ୍ତା

ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ କଳାପଥର ଖାଦାନରେ ପଥର ଧସିବା ଘଟଣା । ଆଜି ତୃତୀୟ ଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଡିଆରଏଫ ଟିମ । ତେବେ ଖାଦାନରେ ଧସିଥିବା ବଡ଼ ବଡ଼ ପଥର ଖଣ୍ଡକୁ ବିସ୍ଫୋରଣ କରାଯାଇ ସଫା କରାଯିବା ପରେ ଏକ ପ୍ରୋକ୍ଲିନ ମେସିନର କିଛି ଅଂଶକୁ ଠାବ କରାଯାଇଛି । ତେବେ ପଥର ତଳେ ଚାପି ହୋଇ ରହିଥିବା ଶ୍ରମିକମାନଙ୍କର କୌଣସି ପତ୍ତା ମିଳିନାହିଁ ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ କଳାପଥର ଖାଦାନରେ ପଥର ଧସିବା ଘଟଣା । ଆଜି ତୃତୀୟ ଦିନରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଏନଡିଆରଏଫ ଟିମ । ଗତକାଲି ସନ୍ଧ୍ୟା ୭.୩୦ମି ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ତେବେ ଖାଦାନରେ ଧସିଥିବା ବଡ଼ ବଡ଼ ପଥର ଖଣ୍ଡକୁ ବିସ୍ଫୋରଣ କରାଯାଇ ସଫା କରାଯିବା ପରେ ଏକ ପ୍ରୋକ୍ଲିନ ମେସିନର କିଛି ଅଂଶକୁ ଠାବ କରାଯାଇଛି । ତେବେ ପଥର ତଳେ ଚାପି ହୋଇ ରହିଥିବା ଶ୍ରମିକମାନଙ୍କର କୌଣସି ପତ୍ତା ମିଳିନାହିଁ ।

ସୂଚନା ଅନୁସାରେ ଗୁରୁବାର ଦିନ ଧର୍ମଶାଳା ତହସିଲ ପକ୍ଷରୁ ଲିଜ ସୂତ୍ରରେ ଦିଆଯାଇଥିବା ଡ଼ଙ୍କାରୀ ପାହାଡ଼ର ବିଏସକ୍ୟୁ ୫/୧୦ଖାଦାନରେ ପଥର ଉତ୍ତୋଳନ ସମୟରେ ଏକ ବଡ଼ ଧରଣର ଅତଡା ଧସିଥିଲା । ପାହାଡ଼ ଉପରେ ୱାଗନ ଡ୍ରିଲ କରାଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା । ଏହି ସମୟରେ କାର୍ଯ୍ୟରତ ଏକାଧିକ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଇଥିଲା । ତେବେ ପଥର ତଳୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଆଉ କିଛି ଶ୍ରମିକ ପଥର ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ମୃତ ଶ୍ରମିକଙ୍କ ପରିଚୟ ମିଳିଛି । ସେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ଜଗବନ୍ଧୁ ମାଝୀ ବୋଲି ଜଣାପଡିଛି । ମୃତ ଶ୍ରମିକଙ୍କ ସମ୍ପର୍କୀୟ ତାଙ୍କୁ ଚିହ୍ନଟ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.