ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ଗୁଣିଗାରେଡି, ପୋଲିସ ଅଟକାଇବାରୁ ଉତ୍ତେଜନା

ମୋହନା(କେନ୍ଯୁଜ୍) : ଗୁଣିଗାରେଡିକୁ ନେଇ ଉତ୍ତେଜନା । ମୋହନା ଉପକଣ୍ଠ କଣ୍ଟେଇକୋଳି ଗାଁରେ ଗୁଣିଆ ପରମାନନ୍ଦ ପରିଚ୍ଛା ଆସି ପୂଜାର୍ଚ୍ଚନା କରୁଥିଲେ । ଏହାକୁ ଅଟକାଇଥିଲା ପୋଲିସ । ପୋଲିସ ଅଟକାଇବାକୁ ବିରୋଧ କରି ଥାନା ଘେରାଉ କରିଛନ୍ତି ଗାଁଲୋକେ । କିଛି ସମୟ ପାଇଁ ଗାଁଲୋକେ ଗୁଣିଆକୁ ସୁରକ୍ଷା ଦେଇଥିଲେ ମଧ୍ୟ ପରେ ପୋଲିସ ତାଙ୍କୁ ଥାନାକୁ ନେଇ ଯାଇଥିଲା । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ଲୋକେ ଗୁଣିଆକୁ ଡାକି ପୂଜାର୍ଚ୍ଚନା କରୁଥିଲେ ।